Odisha news

ଡ଼କାୟତି ଉଦ୍ୟମ ପଣ୍ଡ : ୫ ଗିରଫ , ପିସ୍ତଲ ଭୂଜାଲି ଓ ଲୁହାରଡ଼ ଜବତ

0

ପୁରୀ :ସହର ମଧ୍ୟରୁ ଡ଼କାୟତି ଲାଗି ଉଦ୍ୟମ କରୁଥିବା ଏକ ପାଞ୍ଚଜଣିଆ ଗ୍ୟାଙ୍ଗଙ୍କୁ ତାଳବଣିଆ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେହେଲେ ବଳିଆପଣ୍ଡା ଥାନା ଅନ୍ତର୍ଗତ ମହାରଣାସାହିରେ ରହୁଥିବା ଖୋର୍ଦ୍ଧ ତମାଣ୍ଡୋଥାନା ରେତଙ୍ଗ ଅଞ୍ଚଳର ଜଗବନ୍ଧୁ ବାରିକ(୨୭), ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ସମଗରାର ମୁନା ପ୍ରଧାନ (୨୧), ପୁରୀସଦରଥାନା ଅନ୍ତର୍ଗତ ଶାସନ ଦାମୋଦରପୁରର ତ୍ରିନାଥ ନାୟକ ଓରଫ ଲାଡ଼େନ୍(୨୫),ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତିଗିରିଆର ପ୍ରଶାନ୍ତ କୁମାର ଭୋଇ ଓରଫ କାଳିଆ(୩୬) ଓ ବାସେଳୀସାହି ଥାନା ଅନ୍ତର୍ଗତ ମଙ୍ଗଳାହାଟ ପାଇକସାହିର ରଞ୍ଜନ ଷଣ୍ଢ(୨୪) ।

ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ପସ୍ତଲ, ଏକ ଭୂଜାଲି,ଚାରିଟି ଟର୍ଚ୍ଚ ଲାଇଟି, ଦୁଇଟି ଲୁହା ରଡ଼ ଓ ୫ଟି ମାସ୍କ ଜବତ କରାଯାଇଛି । ଏଏସ୍ଆଇ ଏଲ୍ ସୋରେନ୍ଙ୍କ ଅଭିଯୋଗ କ୍ରମେ ତାଳବଣିଆ ଥାନାରେ ଭାରତୀୟଦଣ୍ଡବିଧି ଆଇନ୍ର ଧାର ୩୭୯,୪୦୨,୩୦୭ ଓ ଆର୍ମ୍ସଆକ୍ଟ ୨୫ ଏବଂ ୨୭ରେ୧୪୧/୨୦ମାମଲା ରୁଜୁ ୁ କରାଯାଇଛି ।

ପୁଲିସ ସୁତ୍ରରୁ ପ୍ରକାଶ ଏଏସ୍ଆଇସୋରେନ,ପ୍ରକାଶ ଚନ୍ଦ୍ର ମଲ୍ଲିକ,ହାବିଲଦାର ପ୍ରଦୀପ କୁମାର କୁଲୁ ରାମଚନ୍ଦ୍ର ଦଳାଇ ଅନ୍ୟ ସହକର୍ମୀମାନଙ୍କ ସହିତ ପାଟ୍ରୋଲିଂ କରୁଥିବାବେଳେ କେତେକ ବ୍ୟବକ୍ତି ଡ଼କାୟତି କରିବାକୁ ଯୋଜନା କରୁଥିବା ସୂଚନା ପାଇଁ ଆଶ୍ରମଛକରେ ରାତି ଗୋଟଏ ସମୟରେ ଚଢାଇ କରିଥିଲେ । ଚଢାଉ ସମୟରେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ପିସ୍ତଲ ଓ ଭୂଜାଲି ପ୍ରଭୁତି ମାରଣାସ୍ତ୍ର ଜବତ କରିଥିଲେ ।

Leave A Reply