କନ୍ଧମାଳ( ସନ୍ତୋଷ ମିଶ୍ର ) ଆଜି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଂଚଳରେ ଥିବା କୁର୍ତମଗଡ ବଜାରରେ ବିଭିନ୍ନ ଯାଗାରେ ମାଓବାଦୀଙ୍କ ଦ୍ୱାରା ଲାଲ କପଡାରେ ଧଳରଙ୍ଗରେ ଲେଖାଯାଇଥିବା ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । କୁର୍ତମଗଡର ପୁର୍ବତନ ସରପଂଚ ଶିରିଶ ମଲ୍ଲିକଙ୍କୁ ହତ୍ୟା କରାଯିବା ନେଇ ଧମକ ପୁର୍ଣ୍ଣ ବାର୍ତା ସେଥିରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ତେବେ ଶିରିଶ ମଲ୍ଲିକ ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କ ହତ୍ୟାକାଣ୍ଡରେ ସମ୍ୃକ୍ତ ଥିବା ଉଲ୍ଲେଖ ରହିଛି ଲଗାଯାଇଥିବା ପୋଷ୍ଟର ଓ ବ୍ୟାନରରେ ।
ସେଥିପାଇଁ ତାଙ୍କୁ ହତ୍ୟା କରାଯିବା ନେଇ କୁହାଯାଇଛି । ମୃତ ମାଓବାଦୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ସେମାନଙ୍କ ଉଦେଶ୍ୟରେ ଆଜି ଅର୍ଥାତ ସେପ୍ଟେମ୍ବର ୧୩ ତାରିଖକୁ ସହିଦ୍ ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ ମଧ୍ୟ ଦିଆଯାଇଛି । ତେବେ ଖବର ପାଇବାପରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବାଶଙ୍କର ଶରାଫ୍ ସଦଳବଳେ ସେଠାରେ ପହଂଚି ଲଗାଯାଇଥିବା ବ୍ୟାନର ଓ ପୋଷ୍ଟର ଗୁଡିକୁ ଜବତ କରିବା ସହିତ ଘଟଣା ବାବଦରେ ତଦନ୍ତ ଜାରୀ ରହିଥିବା ଜଣଇଛନ୍ତି । ଏହି ଘଟଣାପରେ ସେଠାରେ ଥିବା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି ।