Odisha news

ଯୁବ ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0

ପୁରୀ,୧୨ା୮ : ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ରକ୍ରମକୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସୁରେନ୍ଦ୍ରନାଥ ଦାସ ବିଜେଡ଼ିର ନଗର ସଭାପତି ଭକ୍ତଚରଣ ଦାସ, ସାଇନା ଖୁଣ୍ଟିଆ ଓ ଭଗବାନ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ । “ଓଡ଼ିଶା ମୋ ପରିବାର”ର ଜିଲ୍ଲା ସଂଯୋଜକ ଶୁଭାଶୀଷ ଖୁଣ୍ଟିଆ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ୍ ୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave A Reply