Odisha news

ପୁରୀ : +୨ ବିଜ୍ଞାନ ପରୀକ୍ଷା ଫଳ ଏସସିଏସ୍ ହାୟର ସେକେଣ୍ଡାରୀର ୪୬୬ଜଣଉତ୍ତୀର୍ଣ୍ଣ

0

ପୁରୀ,୧୨ା୮: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ପରୀକ୍ଷାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୮୫ପ୍ରତିଶତ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଶିକ୍ଷାନୁଷ୍ଠାନରୁ ୫୦୩ଜଣ ରେଗୁଲାର ଓ ୪୧ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୭ଜଣ ପ୍ରଥମ ଶ୍ରେଣୀ, ୧୮୮ଜଣ ଦ୍ୱିତୀୟ ଶ୍ରେଣୀ ଓ ୪୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରେଗୁଲାର ପରୀକ୍ଷାର୍ଥୀଙ୍କ ଉତ୍ତୀର୍ଣ୍ଣ ହାର ୮୭.ପ୍ରତିଶତ ରହିଛି । ୪୧ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ପ୍ରଥମ ଶ୍ରେଣୀ, ୧୩ଜଣ ଦ୍ୱିତୀୟ ଶ୍ରେଣୀ ଓ ୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ୬୦ ପ୍ରତିଶତ ରହିଛି ।

Leave A Reply