ପୁରୀ :ପେଣ୍ଠକଟାରେ ଆଶାକର୍ମୀ ଓ ଏଏନ୍ଏମ୍ଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଉ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପେଣ୍ଠକଟା ଅଞ୍ଚଳର କୋଭିରି ରାମାନା(୨୧), ସୋଡ଼ାପିଲି ବାଙ୍ଗାରାମ୍ମା(୩୭), ଏରିପିଲି ମାଙ୍ଗା(୩୩) ଓ ଚୋକ୍କା ସୁରେଶ(୨୦) । ଭାରତୀୟ ଦଣ୍ଡବିଧିଆଇନ୍ର ୧୪୭, ୧୪୮, ୩୪୧, ୩୨୩, ୩୦୭, ୪୨୭, ୩୫୩, ୨୬୯, ୨୭୦, ୨୭୧, ୧୪୯ ଦୁର୍ବିପାକ ପରିଚାଳନା ଆଇନ୍ ଓ ସଂକ୍ରାମକ ବ୍ୟାଧି ଆଇନ୍ର ୩ ଧାରାରେ ଗିରଫ ଅଭିଯୁକ୍ତମାନଙ୍କୁ ଆଜି ସମୁଦ୍ରକୂଳ ଥାନା ପୋଲିସ କୋର୍ଟଚାଲାଣ କରିଛି ।