Odisha news

ଦେବ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସହରର ବିଭିନ୍ନ ଗଳି କନ୍ଦି ବୁଲି ଦେଖିଲେ ଏସପି

0
ପୁରୀ: ଆସନ୍ତା ଜୁନ ମାସ ୧୪ ତାରିଖରେ ପଡୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା।  ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ।  ସ୍ନାନ ବେଦୀରେ ଭକ୍ତ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ଭକ୍ତଙ୍କୁ ମିଳୁଛି ମହାପ୍ରଭୁଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରିବାର ସୁଯୋଗ। ଦୁଇ ବର୍ଷ ପରେ ବିଗ୍ରହ ମାନଙ୍କର ସ୍ନାନ ଯାତ୍ରା ଦର୍ଶନ କରିବାର ସୁଯୋଗ ମିଳୁ ଥିବାରୁ ପୁରୀକୁ ଛୁଟିବ  ଭକ୍ତଙ୍କ ଭିଡ଼। ପୁରୀରେ ଜମିବ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ବାହାରୁ ଆସୁଥିବା ଭକ୍ତ ମାନେ ଯେପରି ବିନା ବାଧା ବିଘ୍ନରେ ବିଗ୍ରହ ମାନଙ୍କୁ ଦର୍ଶନ କରି ପାରିବେ ସେ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଏସପି ଡକ୍ଟର କନୱର ବିଶାଳ ସିଂହ ଆଜି ଖୋଦ୍ ନିଜେ ବଡ଼ ଦାଣ୍ଡ ସମେତ ବଡ଼ ଦାଣ୍ଡକୁ ସଂଯୋଗ କରୁ ଥିବା ସମସ୍ତ ରାସ୍ତା ଘର ଓ ଗଳି କନ୍ଦି କନ୍ଦି ବୁଲି ଦେଖି ଥିଲେ।  ଆଜିର ଏହି ପରିଦର୍ଶନ ସମୟରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ସିଟି ଡିଏସପି ଜନାରଦନ ପାଢି, ଡିଆଇବି ଡିଏସପି ହେମନ୍ତ କୁମାର ପଣ୍ଡା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ ହୋମଗାର୍ଡ ଜିତେନ୍ଦ୍ର କୁମାର ଦେହୁରୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ ଟେମ୍ପୂଲ୍ କୌଶିକ ନାୟକ, ଟାଉନ ଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରା ନନ୍ଦ ସେଠୀ, ସିଂହଦ୍ଵାର ଥାନା ଇନ୍ସପେକ୍ଟର ସୁନିଲ କୁମାର ପ୍ରଧାନଙ୍କ ସମେତ ରିଜର୍ଭ ପୋଲିସ ଇନ୍ସପେକ୍ଟରଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
Leave A Reply