Odisha news

ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରଥ ଯାତ୍ରା ପରିପ୍ରେକ୍ଷୀରେ ଟ୍ରାଫିକ ପୋଲିସ ପକ୍ଷରୁ ବସ ମାଲିକ ସଂଘ ଓ ଅଟୋ ରିକ୍ସା ସଂଘ ସହ ବୈଠକ

0
ପୁରୀ: ଦୁଇ ବର୍ଷ ପରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥ ।  ଆସନ୍ତା ଜୁଲାଇ ମାସ ୧ ତାରିଖରେ ପଡୁଛି ଶ୍ରୀଗୁଣ୍ଡିଚା ଯାତ୍ରା। ଏଥର ଭକ୍ତ  ଟାଣିବେ ରଥ । ବିଗ୍ରହ ମାନଙ୍କ ରଥ ଯାତ୍ରା ଦେଖିବା ପାଇଁ ପୁରୀକୁ ଆସିବେ ଲକ୍ଷାଧିକ ଭକ୍ତ। ସେହିପରି ପୁରୀକୁ ଆସିବ ହଜାର ହଜାର ଯାନ ବାହନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସମାପନ ହେବ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ଦିନ ବାହାରୁ ଆସୁଥିବା ହଜାର ହଜାର ଯାନ ବାହନ ନିୟନ୍ତ୍ରଣ। ଟ୍ରାଫିକ ସୁବନ୍ଦୋବସ୍ତ ଆଦି ସଂପର୍କରେ ଟ୍ରାଫିକ ପୋଲିସ ପକ୍ଷରୁ ଆଜି ଟାଉନ ଥାନା ପରିସରରେ ବସ ମାଲିକ ସଂଘ ଓ ଅଟୋ ରିକ୍ସା ସଂଘ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରାଫିକ ଡିଏସପି ତଥା ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି ହେଡକ୍ୱାଟର ମନୋବ୍ରତା ଶତପଥୀ ସଭାପତିତ୍ବ କରି ଥିଲେ। ଆଗାମୀ ରଥ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ସେଥିପାଇଁ ପୋଲିସ ଟ୍ରାଫିକ ସୁପରିଚଳନା ପାଇଁ ଅଟୋ ରିକ୍ସା ସଂଘ ଓ ବସ ମାଲିକ ସଂଘ କର୍ମ କର୍ତ୍ତାଙ୍କ ସହଯୋଗ କାମନା କରିଥିଲେ। ଆଜିର ଏହି ବୈଠକକୁ ଟ୍ରାଫିକ ଇନ୍ସପେକ୍ଟର ସମରେନ୍ଦ୍ର ପାଇକରାୟ ପରିଚାଳନା କରି ଥିଲେ।
Leave A Reply