ପୁରୀ: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଆଜି ଟାଉନ ଥାନା ସମ୍ମୁଖରେ ଜଳଛତ୍ର ଉଦଘାଟିତ ହୋଇଛି। ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସଦର ଏଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡ ଯୋଗ ଦେଇଥିଲେ।
ଏହି ଅବସରରେ ଅତିଥି ଦ୍ବୟ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଏବଂ ସାଧାରଣ ଲୋକଙ୍କୁ ଦହି ସରବତ, ଲେମ୍ବୁପାଣି ଏବଂ ପାନୀୟ ଜଳ ବଣ୍ଟନ କରି ଥିଲେ। କାର୍ଯ୍ୟକ୍ରମରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସିଂହଦ୍ଵାର ଥାନା ଆଇଆଇସି ସୁନିଲ କୁମାର ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।