Odisha news

ନିଶା ବେପାରୀ ଗିରଫ, ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ।

0

ପୁରୀ: ବେଆଇନ୍ ଭାବେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ବଳିଆପଣ୍ଡା ଥାନା ପୋଲିସ୍ ସ୍ଥାନୀୟ ହୋଟେଲ ଷ୍ଟର୍ଲିନ ରିସର୍ଟ୍ ଛକ ନିକଟରେ ଆଜି ଜଣେ ନିଶା ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ନିଶା ବେପାରୀ ଠାରୁ ପୋଲିସ ୧୦.୦୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଜବତ ହୋଇ ଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ସେହିପରି ନିଶା କାରବାରରେ ବ୍ୟବହାର ହେଉଥିବା ଏକ ମୋଟର ସାଇକେଲକୁ ପୋଲିସ ଜବତ କରିଛି। ଗିରଫ ହୋଇଥିବା ନିଶା ବେପାରୀର ପରିଚୟ ହେଲା ସଦର ଥାନା ଅନ୍ତର୍ଗତ ବୁଦ୍ଧିଆବର ଗ୍ରାମର ସପନ ଖୁଣ୍ଟିଆ (୩୬)। ଏ ସଂପର୍କରେ ବଳିଆପଣ୍ଡା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇ କହିଛନ୍ତି ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଗିରଫ ହୋଇଥିବା ଅଭିଯୁକ୍ତ ଏକ ବାଇକରେ ମଙ୍ଗଳାଘାଟ ବ୍ରିଜ ନୂଆ ବାଇପାସ୍ ରାସ୍ତା ଦେଇ ହୋଟେଲ ଷ୍ଟର୍ଲିନ ରିସର୍ଟ ଆଡ଼କୁ ଆସୁଛି। ଉକ୍ତ ସୂଚନା ଆଧାରରେ ପୋଲିସ ସେଠାରେ ନାକା କରିଥିଲା। ନାକା ସମୟରେ ଅଭିଯୁକ୍ତ ପୋଲିସ ହାତରେ ଧରା ପଡି ଥିଲା। ପୋଲିସ ତାକୁ ଖାନ ତଲାସୀ କଲାବେଳେ ତା ନକଟରୁ ଏକ ଜରି ପୁଡିଆରେ ବ୍ରାଉନ ସୁଗାର ଥିବା ଦେଖିବାକୁ ମିଳି ଥିଲା। ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଜେରା କରି ଥିଲା। ଜେରା ସମୟରେ ଅଭିଯୁକ୍ତ କହିଥିଲା ସେ ପୁରୀରେ ନିଶା କାରବାରର କରେ। ନିଶା ବେପାର କରିବାକୁ ଆଜି ସେ ପୁରୀ ଆସି ଥିଲା। ବଳିଆପଣ୍ଡା ଥାନା ସବଇନ୍ସପେକ୍ଟର ଅନିଲ କୁମାର ଦେବତାଙ୍କ ଅଭିଯୋଗ କ୍ରମେ ପୋଲିସ କେଶ ନମ୍ବର ୪୦/୨୨ ମୂଳେ ଏଣ୍ଡି ପିଏସ ଆଇନ ର ଦଫା ୨୧ (ଖ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Leave A Reply