Odisha news

ଦାଦାବଟି ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁନା ଗିରଫ।

0
ପୁରୀ: ବଳଗଣ୍ଡି ଛକ ନିକଟରେ ବ୍ୟବସାୟୀଙ୍କ ଠାରୁ ଭୟଭୀତ କରି ଦାଦାବଟି ଆଦାୟ କରିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୋଲିସ ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅପରାଧୀ ପରିଚୟ ହେଲା କୁମ୍ଭାରପଡ଼ା ଥାନା ଅଧୀନ ରାଏବାହାଦୁର ଲେନ, ଗୋପବନ୍ଧୁ କଲୋନୀର ଲଡୁ ଓରଫ  ବାବୁନା ନାୟକ(୩୭)। ଅଭିଯୁକ୍ତ ନାମରେ କୁମ୍ଭାରପଡ଼ା ଥାନାରେ ଚୋରି, ଡକାୟତି, ହତ୍ୟା ଉଦ୍ୟମ ଭଳି ୧୨ରୁ ଉର୍ଦ୍ଧ ସଙ୍ଗୀନ ଅପରାଧିକ ମାମଲା ରହିଛି ବୋଲି କହିଛନ୍ତି କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ।
Leave A Reply