Odisha news

ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଅନୁମତି ଦେଇଛନ୍ତି : ଜିଲ୍ଲାପାଳ

0
ପୁରୀ: ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ଗଭୀର ମାଟି ଖୋଳାକୁ ନେଇ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।  ଏହାକୁ ତୁରନ୍ତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି।   ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପୁରୀ ଜିଲପାଳ ସମର୍ଥ କୁମାର ବର୍ମା। । ଜିଲାପାଳ କହିଛନ୍ତି ଶ୍ରୀମନ୍ଦିର ଐତିହ କରିଡରର ପ୍ରକଳ୍ପ ନେଇ ନ୍ୟାସନାଲ ମନୁମେଣ୍ଟ ଅଥରିଟି ଠାରୁ  ବିଧିବଦ୍ଧ ଭାବେ ଏନଓସି ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା, ସୁବିଧା ପାଇଁ ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପ ହେଉଛି। ଏଣୁ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ। ଶ୍ରୀମନ୍ଦିରର ସୁରକ୍ଷା ନେଇ ସରକାର କୌଣସି ଢ଼ିଲା ପଦକ୍ଷେପ ନେଉ ନାହାନ୍ତି ।
ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଲୋକାର୍ପଣ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇ ଥିବା ଜିଲାପାଳ କହିଛନ୍ତି। ଟାଟା କମ୍ପାନୀ ଏହି ପ୍ରକଳ୍ପର କାର୍ଯ୍ୟ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ତେବେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଏମାର ମଠ ଜାଗାରେ ଅଧିକ ବଡ଼ବଡ଼ ଗାତ ଖୋଳି କଂକ୍ରିଟ ପିଲର ନିର୍ମାଣ ଚାଲିଥିବା ବେଳେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟ ନେଇ ଏଏସଆଇ କଟକଣା ରହିଛି। ଐତିହ କୀର୍ତ୍ତି ରାଜିର ସୁରକ୍ଷା ପାଇଁ ଏହି ନୀୟମ ରହିଛି। ହେଲେ ଏହା ରାଜ୍ୟ ସରକାର ଉଲଘଂନ କରି ନିର୍ମାଣ କାର୍ଯ୍ୟ କରୁଥିବାରୁ ଏଏସଆଇ ଅଧିକାରୀ ଉଦବେଗ ପ୍ରକାଶ କରିଥିଲେ। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ଐତିହ ପ୍ରକଳ୍ପ କାର୍ଯ୍ୟ କରାଯାଉ ଥିବା ଜିଲ୍ଲା ପ୍ରଶାସନ କହିଛି।
Leave A Reply