Odisha news

ବରିଷ୍ଠ ରାଜସ୍ବ ସହାୟକଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନର ଶୋକ

0

ପୁରୀ, ବରିଷ୍ଠ ରାଜସ୍ବ ସହାୟକ  ଦୀନବନ୍ଧୁ ଜେନାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ  ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର  ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ  ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।  ଗତ ୧୭ ତାରିଖରେ ଜେନା ୩୯ ବର୍ଷ ବୟସରେ କରୋନାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଥିଲେ । ସେ ଜିଲ୍ଲାରେ ୨୦୧୨ ମସିହାରେ କନିଷ୍ଠ ରାଜସ୍ବ ସହାୟକ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୧୭ ମସିହାରୁ ଜିଲ୍ଲା ଆପଦ କାଳୀନ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ବ ସହାୟକ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି   । ଏଥିସହ ଜିଲ୍ଲା ରେଡକ୍ରସ ସମିତିର ଅତିରିକ୍ତ ଦାୟିତ୍ବ ମଧ୍ୟ ସଫଳତାର ସହ ତୁଲାଇଛନ୍ତି । ସେ ଜଣେ ମେଳାପୀ, ବନ୍ଧୁ ବତ୍ସଳ ଏବଂ ସହୃଦୟ ବ୍ୟକ୍ତିଭାବେ କଲେକ୍ଟରେଟରେ ପରିଚିତ ଥିଲେ । ଜିଲ୍ଲାପାଳ  ସମର୍ଥ ବର୍ମା ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସରକାରଙ୍କ ନୀୟମ ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply