ଜାମୁ କାଶ୍ମୀର ର ପହେଲଗାମ ରେ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛି , ସାରା ଭାରତରେ ଏହି ଘଟଣା ପାଇଁ ଦୁଃଖର ଛାୟା , କେନ୍ଦ୍ର ସରକାର ଆକ୍ସନ ଉପରେ ଆକ୍ସନ ନେବାରେ ବ୍ୟସ୍ତ, ବର୍ତମାନ ପାକିସ୍ତାନ ର ସବୁଠୁ ବଡ଼ ଫ୍ରାଞ୍ଚାଇଜ ଲିଗ କୁ ମଧ୍ୟ ବଡ଼ ଝଟକା ଲାଗିଛି l ପାକିସ୍ତାନ ସୁପର ଲିଗ 2025 ର ପ୍ରସାରଣ ଲାଇଭ ସ୍ତୃମିଙ୍ଗ ପ୍ଲାଟଫର୍ମ ଫେନ କୋଡ଼ କରୁଥିଲା, କିନ୍ତୁ ବର୍ତମାନ ଫେନ କୋଡ଼ ଲାଇଭ ପ୍ରସାରଣ କରିବ ନାହିଁ ବୋଲି କହିଛି l
ଫେନ କୋଡ଼ ଗୋଟିଏ ଭାରତୀୟ ସ୍ତୃମିଙ୍ଗ କମ୍ପାନୀ , ଯିଏକି ପାକିସ୍ତାନ ସୁପର ଲିଗ କୁ ଝଟକା ଦେଇଛି, ବର୍ତମାନ ଏପ୍ରିଲ ୨୪ ତାରିଖ ରେ PSL ର ମ୍ୟାଚ ଫେନକୋଡ଼ ରେ ହେବନାହିଁ l ଏହି ପ୍ଲାଟ୍ଫର୍ମ ରେ ଅନେକ ଲୋକ PSL କୁ ଲାଇଭ ଦେଖିଥାଆନ୍ତି, PSL 2025 ଅପ୍ରେଲ ୧୧ ତାରିଖ ରେ ଆରମ୍ଭ ହୋଇଥିଲା, ଏବଂ ମଇ ୧୮ ରେ ସମାପ୍ତ ହୋଇ ଥାଆନ୍ତା l ବର୍ତମାନ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳିନାହିଁ l ବର୍ତମାନ Fancode ଅନ୍ୟ ମ୍ୟାଚ ଗୁଡିକୁ ପ୍ରସାରଣ କରିବ ନାହିଁ ବୋଲି କହିଛି l ଏଥିସହିତ ଡ୍ରିମ 11 ମଧ୍ୟ ନିଜ ସାଇଡ ରୁ PSL ର ସମସ୍ତ ମ୍ୟାଚ କୁ ହଟାଇ ଦେଇଛି l