Odisha news

କମିଶନରେଟ୍ ପୋଲିସ : ଏଡିସିପି, ଇନ୍ସପେକ୍ଟର, ଏସ୍ଆଇଙ୍କ ସ୍ତରରେ ବଡ ଧରଣର ଅଦଳ ବଦଳ

0

ଭୁବନେଶ୍ୱର,(ନି.ପ୍ର): କମିଶନରେଟ୍ ପୋଲିସ ରେଞ୍ଜ୍ ମଧ୍ୟରେ ଆଡିସନାଲ୍ ଡିସିପି, ଇନ୍ସପେକ୍ଟର ଓ ଏସ୍ଆଇଙ୍କ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ସେଥିମଧ୍ୟରୁ ଭୁବନେଶ୍ୱରର ମଞ୍ଚେଶ୍ୱର, ମହିଳା, ବାଲିଅନ୍ତା, ବାଲିପାଟଣା, ଜଟଣୀ ଓ ଚନ୍ଦକା ଇନ୍ସପେକ୍ଟରଙ୍କ ବଦଳି ହୋଇନଥିବାବେଳେ ଅନ୍ୟ ସବୁ ଥାନାର ଇନ୍ସପେକ୍ଟରଙ୍କ ବଦଳି ହୋଇଛି ।

ସେହିପରି କିଏ କଟକରୁ ଭୁବନେଶ୍ୱର ଆସିଛନ୍ତି ତ ଆଉ କିଏ ଭୁବନେଶ୍ୱରରୁ କଟକ ମଧ୍ୟ ଯାଇଛନ୍ତି । ଅନୁରୂପ ଭାବେ କଟକ ଥାନା ମାନଙ୍କର ଇନ୍ସପେକ୍ଟର ଓ ଏସ୍ଆଇଙ୍କ ବଦଳି ମଧ୍ୟ ହୋଇଛି ।

ଦୁଇ ଅତିରିକ୍ତ ଡିସିପି, ୧୭ ଇନ୍ସପେକ୍ଟର, ଛଅ ଏସ୍ଆଇ ଓ ଜଣେ ଏସ୍ଆଇଙ୍କ ସମେତ ୨୬ ଜଣଙ୍କୁ ବଦଳି କରାଯାଇଛି । ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ସହରାଞ୍ଚଳକୁ ବଦଳି କରାଯାଇଥିବାବେଳେ ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଭୁବନେଶ୍ୱର କମାଣ୍ଡୋ ହେଡ୍କ୍ୱାଟର ଆଇ.ବି ବିଭାଗକୁ ବଦଳି କରାଯାଇଛି ।

ସେହିପରି ନିକଟରେ ବଦଳି ହୋଇ ଭୁବନେଶ୍ୱର ପୋଲିସ ହେଡ୍କ୍ୱାଟରକୁ ଆସିଥିବା ଭରତ ଚରଣ ସାହୁଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଏବଂ ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଥାନା ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ଗିରିଜା ଶଙ୍କର ଚକ୍ରବର୍ତ୍ତିଙ୍କୁ ଲକ୍ଷ୍ମୀସାଗର, ଅରୁଣ କୁମାର ସ୍ୱାଇଁଙ୍କୁ ଖାରବେଳ, ଯୁବରାଜ ସ୍ୱାଇଁଙ୍କୁ ଚନ୍ଦ୍ରଶେଖରପୁର, ବିଶ୍ୱରଞ୍ଜନ ସେନାପତିଙ୍କୁ ନନ୍ଦନକାନନ, ବିଶ୍ୱରଞ୍ଜନ୍ ନାୟକଙ୍କୁ ବଡଗଡ, ଦୀପକ କୁମାର ମିଶ୍ରଙ୍କୁ ଏୟାରଫିଲ୍ଡ, ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ୍ ଥାନା, ଦୟାନିଧି ନାୟକଙ୍କୁ ଧଉଳି, ପ୍ରମୋଦ କୁମାର ପଟ୍ଟନାୟକ ଟମାଣ୍ଡୋ, ବିରଞ୍ଚô ପତିଙ୍କୁ ଚୌଦ୍ୱାର, ରଶ୍ମିରଞ୍ଜନ୍ ମହାପାତ୍ରଙ୍କୁ ବାଦାମବାଡି ଥାନାକୁ ବଦଳି କରାଯାଇଛି ।

ଅନୁରୂପ ଭାବେ ମର୍କତନଗର ଥାନା ଇନ୍ସପେକ୍ଟର ରବିନ୍ଦ୍ରନାଥ ମେହେରଙ୍କୁ ଜଗତପୁର, ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତ ନଗର ଥାନାକୁ ବଦଳି କରାଯାଇଛି । ଚୌଦ୍ୱାର ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଓ ବାଦାମବାଡି ଥାନା ଇନ୍ସପେକ୍ଟର ହିମାଂଶୁ ଭୂଷଣଙ୍କୁ ଶହୀଦନଗର ଥାନାକୁ ବଦଳି କରାଯାଇଛି ।

ସେହିପରି ଛଅ ଜଣ ଏସଆଇ ଓ ଜଣେ ଏଏସିଆଇଙ୍କର ବଦଳି ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୋମବାର ସୂଚନା ଦିଆଯାଇଛି ।

Leave A Reply