Odisha news

କବି ଦେବେନ୍ଦ୍ର ମହାଳିକ ସମ୍ବର୍ଦ୍ଧିତ

ତିହିଡି,୧୬/୦୩: ତିହିଡି ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମର କବି ଦେବେନ୍ଦ୍ର ମହାଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାଲେଶ୍ୱରର ସାପ୍ତାହିକ ପତ୍ରିକା କେଦାର ଭାରତୀର ବାର୍ଷିକ ଉତ୍ସବରେ ଗାନ୍ଧିସ୍ମୃତି ଭବନରେ ତାଙ୍କୁ ଏହି ସମ୍ବର୍ଦ୍ଧନ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ଏହି ସମ୍ବର୍ଦ୍ଧନା ଦେଇଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପ୍ରାକ୍ତନ ବିଧାୟକ ଜୀବନପ୍ରଦୀପ ଦାସ, ସମ୍ାଜସେବୀ ଉମାକାନ୍ତ ମହାପାତ୍ର, ଶ୍ରୀନାଥ ବେହେରା, ରଶ୍ମୀରଞ୍ଜନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପତ୍ରିକାର ମୁଖ୍ୟ ସଂପାଦକ କାର୍ତ୍ତିକ ଚନ୍ଦ୍ର ଦାସ ବିବରଣୀ ପାଠ କରିଥିବା ବେଳେ ପ୍ରକାଶକ ରଶ୍ମୀରଞ୍ଜନ ଶତପଥି ଧନ୍ୟବାଦ ଦେଇଥିଲେ ।

IEC 2 years

Comments are closed.