ବାଲେଶ୍ୱର -୧୭/୦୯ -ସଦର ବିଜେପି ପକ୍ଷରୁ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୭୦ତମ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ବିଜେପିର ସମସ୍ତ ନେତୃବୃନ୍ଦ ବାଲେଶ୍ୱରର କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଦୀର୍ଘମୟ ଓ ନିରୋଗ ଜୀବନ କାମନା କରିବା ସହ ଜେଲ ପରିସରକୁ ଯାଇ ସ୍ୱଚ୍ଛ କରିବା ଏବଂ ଦୋକାନୀମାନଙ୍କୁ ସିଙ୍ଗଲ ୟୁସ ପ୍ଲାଷ୍ଟିକ ବର୍ଜନ ସମ୍ପର୍କରେ ବୁଝାଇବା ଓ ଏହାକୁ ବ୍ୟବହାର ନ କରିବା ପାଇଁ ସଂକଳ୍ପ କରାଇଥିଲେ ।
ଏହି ପରିପେକ୍ଷୀରେ ସଦର କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତା ପରଠୁ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ହିଁ ଗରିବ ଲୋକ ଅଧିକ ଲାଭାନ୍ୱିତ ହୋଇଛନ୍ତି ବୋଲି ବିଜେପିର ପଦାଧିକାରୀମାନେ ପରିପ୍ରକାଶ କରିଥିଲେ । ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଭାରତରେ ଉଲ୍ଲାସର ଶୁକ୍ଳପକ୍ଷ ଆରମ୍ଭ ହୋଇଛି ।
ନରେନ୍ଦ୍ର ମୋଦି ନିଜର ଆକାଶ ଭଳି ବ୍ୟକ୍ତିତ୍ୱ, ସମୁଦ୍ର ଭଳି ଗଭୀର ଚିନ୍ତନ ଏବଂ ବିଚାରରେ କେବଳ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିକୁ ନୂଆ ପରିଭାଷା ଦେଇ ନବ ଭାରତ ନିର୍ମାଣର ରାସ୍ତାକୁ ମସୃଣ କରିଥିବାରୁ ସେ ଆଜି ସନାତନ ଭାରତ ବର୍ଷର ଦର୍ପଣ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଦେଶ ପ୍ରତି ସମର୍ପିତ ଭାବ ଓ କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କର ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଅଛି ।
ଏଥିରେ ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ସୁପୁତ୍ର ଯୁବନେତା ମାନସ ଦତ୍ତଙ୍କ ସମେତ ନଗର ସଭାପତି ଚିତ୍ତରଂଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ପ୍ରବୀର ଶଙ୍କର ଦାଶ, ଶିବ ସାହୁ, ପିଙ୍କି ପ୍ରଧାନ, ସୁସ୍ମିତା ପଣ୍ଡା, ଶ୍ରୀୟା ଦାସ, ସସ୍ମିତା ଦାଶ, ମନ୍ମୟ ଦାସ, ବସନ୍ତ ନାୟକ, ଭାଗ୍ୟରଂଜନ ନାୟକ, ଜିତେନ୍ଦ୍ର ଷଡଙ୍ଗୀ, ବିକାଶ ପତି, ବିଶ୍ୱରଂଜନ ଜେନା, ଅନିତା ଦାସ, ମାଧବେନ୍ଦ୍ର ସାହୁ, ରାକେଶ ପାଢୀ, ପ୍ରତାପ ପ୍ରଧାନ, ସଚିନ ପାତ୍ରଙ୍କ ସମେତ ବିଜେପିର ସଦସ୍ୟ ସଦସ୍ୟା ଏବଂ ସାଧାରଣ ଲୋକ ଉପସ୍ଥିତ ଥିଲେ