Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡେ଼ନମାର୍କ ରେ : ୪ ଟି ନୋର୍ଡ଼ିକ ଦେଶର ରାଷ୍ଟ୍ରଧ୍ୟକ୍ଷଙ୍କ ସହିତ ସାକ୍ଷାତ କାହିଁକି ଗୁରୁତ୍ୱପୂର୍ଣ୍ଣ

0

ନୂଆଦିଲ୍ଲୀ : ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ ଗସ୍ତରେ ଯାଇଛନ୍ତି l ପ୍ରଧାନମନ୍ତ୍ରୀ ଜର୍ମାନୀ ପରେ ଡେ଼ନମାର୍କ ରେ ପହଁଚିଲେ l ଏଠାରେ ସେ ଡେ଼ନମାର୍କ ର ରାଜଧାନୀ କୋପେନହେଗେନ ସହରରେ ରହିବେ l ଜର୍ମାନୀ ଭଳି ଡେ଼ନମାର୍କ ରେ ମଧ୍ୟ ପିଏମ ମୋଦି ଅନେକ ସମାରୋହ ରେ ଅଂଶ ଗ୍ରହଣ କରିବେ l ଏଠାରେ ପ୍ରଧାନମନ୍ତ୍ରୀ India – Nordic Summit ରେ ଅଂଶ ଗ୍ରହଣ କରିବେ, ଯାହା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ l

ଡେ଼ନ୍ମାର୍କ ରେ ସର୍ବ ପ୍ରଥମେ ମୋଦି ପିଏମ ମେଟେ ଙ୍କ ସହିତ ସାକ୍ଷାତ କରିବେ l ଏହା ଛଡା ଡେ଼ନମାର୍କ ର ରାଣୀ Queen Margrethe II ଙ୍କ ସହିତ ରାତ୍ରି ଭୋଜନ ରେ ଅଂଶ ଗ୍ରହଣ କରିବେ l ଏଠାରେ ମୋଦି ଭାରତ – ଡେ଼ନମାର୍କ  ବ୍ୟାପାର ମଞ୍ଚରେ ମଧ୍ୟ ଅଂଶ ଗ୍ରହଣ କରିବେ l ସେଠାରେ ଭାରତୀୟ ବଂଶୋଦ୍ଭବ ଙ୍କ ସମ୍ବୋଧିତ କରିବେ l

ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦି 2nd India – Nordic Summit ରେ ଅଂଶ ଅଂଶ ଗ୍ରହଣ କରିବେ l ଚଳିତ ଥର ଏହା ଡେ଼ନମାର୍କର ତତ୍ୱାବଧାନ ରେ ଅନୁଷ୍ଠିତ ହେଉଛି l Nordic ଦେଶ ସେହି ଦେଶ ଅଟନ୍ତି ଯେଉଁ ଗୁଡିକ ଉତ୍ତର ୟୁରୋପ ର ଅଂଶ ଅଟନ୍ତି l ଏଥିରେ ଡେ଼ନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ୱିଡ଼େନ ରହିଛି l ଏହି ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମସ୍ତ ଦେଶର ପ୍ରଧାନମନ୍ତ୍ରୀ ଙ୍କ ସହିତ ସାକ୍ଷାତ କରିବେ l

ପ୍ରଥମ India – Nordic Summit ୨୦୧୮ ରେ ସ୍ୱିଡ଼େନ ରେ ହୋଇଥିଲା l ଦ୍ଵିତୀୟ ମିଟ ୨୦୨୧ ରେ ହୋଇ ଥାଆନ୍ତା କିନ୍ତୁ ଏହାକୁ ବାତିଲ କରି ଦିଆ ଯାଇଥିଲା l

ଏହି କାର୍ଯ୍ୟକ୍ରମ ଏଥିପାଇଁ ମହତ୍ଵପୁର୍ଣ, ଭାରତ ବ୍ୟତୀତ Nordic ଦେଶ ଗୁଡିକ ସହିତ କେବଳ ଆମେରିକା ସମ୍ପର୍କ ରଖି ପାରିବ l

କାହିଁକି ଗୁରୁତ୍ୱପୂର୍ଣ ଅଟେ India – Nordic Summit ?

ଭାରତ ଓ Nordic ଦେଶ ସମୂହ ଉଭୟ ଉଭୟଙ୍କ ଶକ୍ତିକୁ ଗୁରୁତ୍ୱପୂର୍ଣ ଭାବରେ ଗ୍ରହଣ କରି ଥାଆନ୍ତି l ଏହି ସମସ୍ତ ଦେଶ ମଧ୍ୟ ଭାରତ ଭଳି ମୁକ୍ତ ବଜାର ଅର୍ଥବ୍ୟବସ୍ଥା ଅଟନ୍ତି l ଏହି ୫ଟି ଦେଶରେ ସମୁଦାୟ ୧.୬ ଟ୍ରିଲିୟନ ଡଲାର ବ୍ୟୟ ହୋଇଥାଏ l ଅପର ପକ୍ଷରେ ଭାରତ ସହିତ ଏହି ଦେଶ ମାନଙ୍କର ୧୩ ବିଲିୟନ ଡଲାର ର ଦ୍ୱିପାକ୍ଷିକ ବୟସେ ହୋଇଥାଏ l ଗତ ୪ ବର୍ଷ ହେଲାଣି ଭାରତ ଏହି ଦେଶ ଗୁଡିକ ସହିତ ଯୋଗାଯୋଗ ରେ ରହିଛି l

୨୦୧୮ ରେ ହୋଇଥିବା SUMMIT ରେ ୬ଟି ଦିଶଙ୍କ ମଧ୍ୟରେ ବିଶ୍ୱ ସୁରକ୍ଷା,ଆର୍ଥିକ ବିକାଶ, ଜଳବାୟୁ ପରିବର୍ତନ କୁ ଆଲୋଚନା ହୋଇଥିଲା l ଏହି ଘଟଣାକୁ ନେଇ ବର୍ତମାନ ମଧ୍ୟ ଚର୍ଚା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି l

Leave A Reply