ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସୁରକ୍ଷାରେ ପ୍ରଥମଥର ପାଇଁ ମୁତୟନ ହୋଇଛନ୍ତି ମହିଳା SPG କମାଣ୍ଡୋ : କିଏ ସେହି ଅଦାସୋ କାପେସା
ପ୍ରଧନମନ୍ତ୍ରୀ ଙ୍କ କାରକେଡ ସହିତ ତାଙ୍କ ସିକ୍ୟୁରିଟି ଟିମ ସାଥିରେ ରହିଥାଏ, ନିକଟରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ମହିଳା ଅଫିସର ଙ୍କୁ ଦେଖିବାକୁ ମିଳିଥିଲା, ଏହାପରେ ଲୋକେ ସେହି ମହିଳା ଅଫିସରଙ୍କ ବିଷୟରେ ଜାଣିବାକୁ ଉତ୍ସୁକ ହୋଇଥିଲେ l
ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିବା ଏହି ମହିଳା ଅଫିସର ହେଉଛନ୍ତି ଅଦାସୋ କାପେସା , ଯିଏକି ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ନିକଟରୁ ସୁରକ୍ଷା ଦେଉଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ରେ ସାମିଲ ରହିଛନ୍ତି l ଅଦାସୋ କାପେସା ମଣିପୁର ର ସେନାପତି ଜିଲ୍ଲା କେବି ଗ୍ରାମ ର ବାସିନ୍ଦା ଅଟନ୍ତି, ସେ ଗୋଟିଏ ସାଧାରଣ ପରିବାର ରୁ ଆସିଛନ୍ତି l ଏଥିସହିତ ସେ ପରିବାର ଓ ସମାଜ ର ସହଯୋଗ ରେ ନିଜ ସ୍ବପ୍ନ କୁ ସାକାର କରିବାରେ ସକ୍ଷମ ହୋଇଛନ୍ତି l
ଅଦାସୋ କାପେସା SPG ରେ ସାମିଲ ହେବା ପୂର୍ବରୁ ଭାରତୀୟ ସଶସ୍ତ୍ର ସୀମା ବଳ (SSB ) ର ୫୫ ତମ ବାଟାଲିୟନ ରେ ଜେନେରାଲ ଡିୟୁଟି ଇନ୍ସପେକ୍ଟର ପଦବୀ ରେ ମୁତୟନ ଥିଲେ, ସେଠାରେ ମଧ୍ୟ ତାଙ୍କର ପରିଚୟ ଜଣେ ସଶକ୍ତ ମହିଳା ଅଫିସର ଭାବରେ ଥିଲା l ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ରହିବା ପୂର୍ବରୁ ଅଦାସୋ କାପେସା ଙ୍କୁ ଡେପୁଟେସନ ରେ SPG କୁ ପଠାଯାଇଥିଲା, ସେଠାରେ ତାଙ୍କ କଠିନ କମାଣ୍ଡୋ ଟ୍ରେନିଂ ଏବଂ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସିକ୍ୟୁରିଟି ଗ୍ରୁପ ରେ ସାମିଲ କରାଯାଇଥିଲା l
ଅଦାସୋ କାପେସା ଯିଏକି ପ୍ରଥମ ଭାରତୀୟ ମହିଳା ଭାବରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ରେ ମୁତୟନ ହୋଇଥିବାର ଉପଲବ୍ଧି ହାସଲ କରିଛନ୍ତି l ଅଦାସୋ କାପେସା ଙ୍କର ଏହି ଉପଲବ୍ଧି ସାରା ଭାରତର ଝିଅ ମାନଙ୍କ ପାଇଁ ଗୋଟିଏ ବଡ଼ ଉପଲବ୍ଧି ଓ ପ୍ରେରଣା ଅଟେ l