ନୂଆଦିଲ୍ଲୀ : ସୂର୍ଯ୍ୟ ଙ୍କ ୪ ପାଖରେ ପୃଥିବୀ ଘୁରିବା ଦ୍ୱାରା ଗୋଟିଏ ଦିନରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ l କିନ୍ତୁ ବିଶ୍ୱରେ କିଛି ଏଭଳି ସ୍ଥାନ ଅଛି ଯେଉଁଠି ୨୪ ଘଣ୍ଟା ପର୍ଯ୍ୟନ୍ତି ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଥାଏ l ଏହି ପ୍ରାକୃତିକ ଘଟଣା ଆର୍କଟିକ ର ଉତ୍ତରରେ ଓ ଆଣ୍ଟର୍ଟିକ ସର୍କଲ ର ଦକ୍ଷିଣ ରେ ସ୍ଥାନୀୟ ଗ୍ରୀଷ୍ମ ମାସର ହୋଇଥାଏ l ଆସନ୍ତୁ ଜାଣିବା ସେହି ବିଷୟରେ l
* ନରୱେ – ନରୱେ ରେ ଅଧରାତିରେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଥାଏ l ନରୱେ ର ଉଚତା କାରଣରୁ ,ଦିନରେ ଆଲୋକ ଜଳବାୟୁ ପରିବର୍ତନ କାରଣରୁ ହୋଇଥାଏ l ଅପରିବର୍ତ୍ତିତ ଖରା ର ସମୟ ଲମ୍ବା ହୋଇଥାଏ l ଏହି ଦେଶରେ ମଇ ମାସର ଶେଷ ରୁ ନେଇ ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ପାଖାପାଖି ୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ମାତ୍ର ୨୦ ଘଣ୍ଟା ପାଇଁ ରହି ନଥାଆନ୍ତି l
* ଫିନଲ୍ୟାଣ୍ଡ – ଏହି ଦେଶରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମକାଳ କୁ ନେଇ ସୂର୍ଯ୍ୟ ସିଧା ସଳଖ ୭୩ ଘଣ୍ଟା ପର୍ଯ୍ୟନ୍ତ ଚମକି ଥାଏ ଓ ଏହି ଦେଶର ନାଗରିକ ମାନଙ୍କୁ ଥଣ୍ଡା ଦିନ ସମୟରେ ସୂର୍ଯ୍ୟଙ୍କ କିରଣର ଅନୁଭବ ହୋଇ ନଥାଏ l ଅଧା ରାତିରେ ସୂର୍ଯ୍ୟ ଆର୍କଟିକ ସର୍କଲ ଉପରେ ଚମକିଥାଏ l ଯେଉଁ କାରଣରୁ ରାତି ଓ ଦିନରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଥାଏ l
* ସ୍ୱିଡ଼େନ – ମଇ ମାସର ଆରମ୍ଭରେ ଓ ଅଗଷ୍ଟ ମାସର ଶେଷରେ ,ସୂର୍ଯ୍ୟ ମଧ୍ୟରାତ୍ରିରେ ଦେଖା ଯାଇଥାଆନ୍ତି ଓ ପୁଣି ଆଉଥରେ ଭୋର ୪ଟା ବେଳକୁ ଦେଖା ଯାଇ ଥାଆନ୍ତି l ଏଠାରେ ବର୍ଷର ୬ ମାସ ଖରା ରହିଥାଏ l
* ଆଲାସ୍କା – ମଇ ର ଶେଷ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଆଲାସ୍କା ରେ ସୂର୍ଯ୍ୟ ଅସ୍ତ ହୋଇ ନଥାଆନ୍ତି l ଫେୟାର ବ୍ୟାଙ୍କସ ଆଲାସ୍କା ଆର୍କଟିକ ସର୍କଲ ର ଦକ୍ଷିଣରେ ଅଟେ ,ଯେଉଁଠାରେ ଗରମ ଦିନରେ ସଂକ୍ରାନ୍ତି ଦିନ ପାଖାପାଖି ୧୨ .୩୦ ବେଳକୁ ସୂର୍ଯ୍ୟ ଉଦୟ ହୋଇ ଥାଆନ୍ତି l ଏହା ଏଥିପାଇଁ ଘଟେ କାହିଁକି ନା ଫେୟାରବକ୍ସ ନିଜ ସମୟର ଏହି ଅଂଚଳରେ ୫୧ ମିନିଟ ଆଗରେ l
* ଆଇସଲ୍ୟାଣ୍ଡ – ସୂର୍ଯ୍ୟ କେବେବି ସମ୍ପୂର୍ଣ ଭାବରେ ସେଟ ହୋଇ ନଥାଆନ୍ତି ଓ ସାରା ରାତି ଗତିଶୀଳ ଅବସ୍ଥାରେ ଯାତ୍ରା କରିଥାଏ l ୟୁରୋପ ର ସବୁଠୁ ବଡ଼ ଦ୍ବୀପ ମଇ ର ଆରମ୍ଭରୁ ଜୁଲାଇ ପର୍ଯ୍ୟନ୍ତ ଅନ୍ଧାର ରହି ନଥାଏ l ଆର୍କଟିକ ଗରମ ସମୟରେ ସୂର୍ଯ୍ୟ ଅଧ ରାତିରେ ଅସ୍ତ ହୋଇ ଓ ସକାଳ ୩ ଟା ବେଳେ ଉଦୟ ହୋଇଥାଏ l
କାନାଡ଼ା – ଏଠାରେ ପ୍ରାୟ ଗ୍ରୀଷ୍ମ ଋତୁରେ ପାଖାପାଖି ୫୦ ଦିନ ପର୍ଯ୍ୟନ୍ତ ଖରା ଦେଖିବାକୁ ମିଳିଥାଏ l ୟୂନିବୀଙ୍କ ଓ ଉତର ପଶ୍ଚିମାଞ୍ଚଳରେ ବର୍ଷ ସାରା ବରଫ ଜମି ରହିଥାଏ l