ପିପିଲି : ନିର୍ବାଚନ ପ୍ରଚାରର ଶେଷ ସମୟ ଯତେିକି ନିକଟ ହେଉଛି ଦଳମାନଙ୍କର ପ୍ରଚାର ସେତିକି ଦମଦାର ହେବାରେ ଲାଗିଛି । ବିଜେପିର ମଙ୍ଗଳବାର ପିପିଲିରେ ଦମଦାର ପ୍ରଚାର ଓ ବିଶାଳ ପଟୁଆରରେ ଧର୍ମେନ୍ଦ୍ର ପଧାନ ରୋଡ ଶୋ କରି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ନିର୍ବାଚନମଣ୍ଡଳୀବାସୀଙ୍କୁ ନିବେଦନ କରିଛନ୍ତି । ଶାନ୍ତି ରହିଲେ ହିଁ ବିକାଶ ସମ୍ଭବ । ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ୱପ୍ନ ରହିଛି ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ତାହା ଶାନ୍ତି ଦ୍ୱାରା ସଫଳ ହୋଇପାରିବ । ତେଣୁ ପିପିଲିର ମୂଳ ସମସ୍ୟା ଅଶାନ୍ତିକୁ ଦୂର କରିବା ସହ ଶାନ୍ତି ବଜାୟ ରଖିବା ପାଇଁ ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଯୋଡ ହସ୍ତରେ ପିପିଲିବାସୀଙ୍କୁ ନିବେଦନ କରୁଛି ବୋଲି ଅଂଚଳରେ ଆଜି ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଭୋଟ ଫର ଶାନ୍ତି, ଭୋଟ ଫର ବିକାଶ ବୋଲି କହି ଭୋଟ ଭିକ୍ଷା କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଫନୀ ପାଇଁ ଟଙ୍କା ଆସିଥିଲା, କିନ୍ତୁ ନିର୍ବାଚନମଣ୍ଡଳୀରେ ବହୁ ଲୋକଙ୍କୁ ଫନୀ ସହାୟତା ମିଳିନାହିଁ । ପ୍ରଚାର ମାଧ୍ୟମରେ ବିନା ହିଂସାରେ ଶାନ୍ତିପୂର୍ଣ୍ଣ ଭାବେ ଏବଂ ନିରପେକ୍ଷ ନିର୍ବାଚନ ହେଉ ବୋଲି ନିର୍ବାଚନ ଆୟୋଗ ଓ ପୋଲିସ ଡିଜି ଏବଂ ବିଭିନ୍ନ ରାଜନୈତିକ ଦଳଗୁଡିକୁ ଅନୁରୋଧ କରିଥିଲେ । ଧର୍ମେନ୍ଦ୍ରଙ୍କ ସହ ସହ ରାଷ୍ଟ୍ରିୟ ପ୍ରବକ୍ତା ଡଃ. ସମଦବିତ ପାତ୍ର ପ୍ରଚାରରେ ସାମିଲ ହୋଇ ପିପିଲିବାସୀ ପରିବତ୍ରନ ଚାହୁଁଛନ୍ତି, ତେଣୁ ସେମାନେ ପରିବତ୍ରନ କରିବେ ବୋଲି କହି ଆଶ୍ରିତଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ ।
ପିପିଲି ନିର୍ବାଚନମଣ୍ଡଳୀବାସୀଙ୍କ ଆଶିର୍ବାଦ ରହିଲେ ଏହି ଠାରୁ ହିଁ ପରିବର୍ତନ ର ଯାତ୍ରା ଆରମ୍ଭ ହେବ ବୋଲି କହିଥିଲେ । ଧର୍ମେନ୍ଦ୍ର ଓ ସମ୍ବିତଙ୍କ ସହିତ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପିପିଲିରେ ପ୍ରଭାତୀ ପରିଡା, ଜନ୍ମେଜୟ ଜେନାଙ୍କ ସମେତ ବହୁ ନେତୃମଣ୍ଡଳୀ ଓ ସହସ୍ରାଧିକ କର୍ମୀ ତାଙ୍କୁ ଫୁଲତୋଡା ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବାଟସାରା ବିଭିନ୍ନ ସ୍ଥାନରେ ପୁରୁଷ ଓ ମହିଳା ସମର୍ଥକମାନେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀଙ୍କୁ ଫୁଳମାଳ ଦେଇ ସ୍ୱାଗତ କରିଥିଲେ । ଆଜି ଉତରା ଛକରେ ପହଂଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ ବିଶାଳ ପଟୁଆରରେ ବିଜେପି ସମର୍ଥକ, କର୍ମୀ ଓ ନେତାମାନେ ଆଗକୁ ବଢିଥିଲେ । ଏହି ପଟୁଆର ଗୁଡିଆ ପୋଖରୀ, ଜଇସିପାଟଣା, ପିପିଲିବଜାର, ହାଟଛକ, ଡେଲାଙ୍ଗ ଛକ, ବଜପୋୟୀ ବଜାର, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର, ସାତଶଙ୍ଖ, ଡେଲାଙ୍ଗବଜାର, ଘୋରଡିଆ, କଲ୍ୟାଣପୁର, ମୁନିଦା, ଗୋଡିପୁଟ ମାଟିଆପଡା, ରେଂଘଳ, ହରିରାଜପୁର, କାକୁଡିଆ, କଂଟି ଆଦି ସ୍ଥାନଦେଇ ଯାଇଥିଲା । ଏହି ରୋଡ ଶୋ ଓ ପଥ ପ୍ରାନ୍ତ ସଭା ମାଧ୍ୟମରେ ଆଶ୍ରିତଙ୍କ ପାଇଁ ପ୍ରଚାର କରି ତାଙ୍କୁ ଜିତାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।