ରାଜ୍ୟ ପ୍ରଭାରୀଡି.ପୁରନେ୍ଦଶ୍ୱରୀଙ୍କ ଉପସ୍ଥିତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିଜେପିର ମିଶ୍ରଣ ପର୍ବ : ବିଜେପିରେ ସାମିଲ ହେଲେ ହରିରାଜପୁର ଗ୍ରାମପଂଚାୟତର ଶତାଧିକ ବିଜେଡି କର୍ମୀ
ଭୂବନେଶ୍ୱର,ତା.୦୮/୦୪:ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଂଚାୟତରେ ଏକ ମହିଳା ସମାବେଶ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ରାଜ୍ୟ ପ୍ରଭାରୀ ତଥା ସାଂସଦ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ ଯୋଗ ଦେଇଥିଲେ ।
ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତା ନୃସିଂହ ଚରଣ ଦିକ୍ଷୀତ, ଶ୍ରୀନିବାସ ଜେନା, ପବିତ୍ର ପଶ୍ଚିମ କବାଟ, ରଂଜନ ପ୍ରଧାନ, ମାଗୁଣିସ୍ୱାଇଁ, ଶମ୍ଭୁ ପୃଷ୍ଟି, ଲଲାଟେନ୍ଦୁ ଦଳାଇ, ଗିତାଞ୍ଜଳୀ ବରାଳ, ସୁମିତ୍ରା ବେହେରା, ପ୍ରମିଳା ବେହେରାଙ୍କ ସମେତ ଶତାଧିକ ମହିଳାଙ୍କୁ ବିଜେପିରେ ସାମିଲ କରାଇଥିଲେ ।
ରାଜ୍ୟ ସରକାରଙ୍କ ୨୨ ବର୍ଷର ଦୁଃଶାସନ ଏବଂ ସ୍ଥାନୀୟ ବିଧାୟକଙ୍କ ୩୫ ବର୍ଷର କଳଙ୍କିତ ଶାସନକୁ ଶେଷ କରିବା ସହିତ ପରିବାରବାଦର ବିଲୋପ ଘଟାଇ ପରିବର୍ତନ ଆପଣାଇବାକୁ ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନେ୍ଦଶ୍ୱରୀ ଆହ୍ୱାନ ଦେଇଛନ୍ତି । ବିନାଶ ପରିବର୍ତେ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦିଙ୍କ ବିକାଶ ପ୍ରକ୍ରିୟାରେ ବ୍ୟକ୍ତି, ଗ୍ରାମ, ବ୍ଲକ, ଜିଲ୍ଲା ଓ ରାଜ୍ୟକୁ ସାମିଲ କରିବା ପାଇଁ ସମସ୍ତଙ୍କୁ ଶ୍ରୀମତୀ ପୁରନେ୍ଦଶ୍ୱରୀ ଆହ୍ୱାନ ଜଣାଇଛନ୍ତି । ଚଳିତ ପିପିଲି ଉପନିର୍ବାଚନ ରାଜ୍ୟ ସରକାରଙ୍କ ପାଇଁ ସତର୍କଘଂଟି ସଦୃଶ । ବିଜେପି ପ୍ରାର୍ଥୀଶ୍ରୀ ଆଶ୍ରିତ ପଟ୍ଟନାୟଙ୍କୁ ନିର୍ବାଚିତ କରାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ପିପିଲି-ଡେଲାଙ୍ଗ ଅଂଚଳ ବାସୀଙ୍କୁ ଶ୍ରୀମତୀ ପୁରନେ୍ଦଶ୍ୱରୀ ଆହ୍ୱାନ ଜଣାଇଛନ୍ତି ।
ଏହି ସମାବେଶରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବରିଷ୍ଠ ନେତା ଶଙ୍କର୍ଷଣ ପରିଡା, ମହେଶମିଶ୍ର, ସୁବାଷିନୀ ପୃଷ୍ଟି, ମିନତୀ ବଳିୟାରସିଂହ, ମଣ୍ଡଳସଭାପତି ଶ୍ୱେତକୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।