ବାର୍ଡ଼ ଫ୍ଲୁ ମୁକାବିଲା ପାଇଁ ପିପିଲି ରେ ବ୍ୟାପକ ପ୍ରସ୍ତୁତି : ଚାରିଦିନ ରେ 14ହଜାର 1ସହ 24 କୁକୁଡ଼ା ମରା ହେଲେ ମଙ୍ଗଳପୁରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର
ପିପିଲି : ପିପିଲି ରେ କୁକୁଡାଙ୍କ ଠାରେ ବାର୍ଡ଼ ଫ୍ଲୁ ଦେଖାଦେବା ପରେ ଗତ 24ତାରିଖ ଠାରୁ ତେଇଶି ପୁର, ଆବଲ ପୁର ଅଂଚଳରେ କୁକୁଡାମରା କାର୍ଯ୍ୟ ଆରମ୍ଭ ହୋଇ ଚଉଦ ହଜାର ଶହେ ଚବିଶ କୁକୁଡ଼ା ମରା ଯାଇ ପୋତା ଯାଇ ଅଛି ଏହି କାର୍ଯ୍ୟରେ ତେର ଜଣିଆ ରାପିଡ଼ ରେସପୋନ୍ସ ଟିମ ସାମିଲ ଅଛନ୍ତି ଏବଂ ସମୃକ୍ତ ଫାର୍ମ ଗୁଡିକୁ ବିଶୋଧନ କରାଯାଉଅଛି ବାର୍ଡ଼ ଫ୍ଲୁ ଜନବସତିକୁ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି.ମୁକାବିଲା ପାଇଁ ମଙ୍ଗଳପୁର ଡାକ୍ତରଖାନା ରେ ଏକ ସଙ୍ଗରୋଧ କେନ୍ଦ୍ର ଖୋଲା ଯାଇଅଛି. ଏହି କେନ୍ଦ୍ର ଦାୟିତ୍ୱରେ ତିନି ଜଣ ଡାକ୍ତର,ଦୁଇ ଜଣ ଫାର୍ମାସିଷ୍ଟ, ଜଣେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି.ସଂକ୍ରମିତ ଅଂଚଳରେ ଦଶ ଜଣ ଆଶା କର୍ମୀ ଘର ଘର ବୁଲି ପରିସ୍ଥିତି ର ଅନୁଧ୍ୟାନ କରିବାର ବ୍ୟବସ୍ଥା କରା ଯାଇଅଛି.