ପିପିଲି – ପିପିଲି ବ୍ଲକ ଅନ୍ତର୍ଗତ ଜଇଶପାଟଣା ଗ୍ରାମରେ ଏକ ଘରେ ଗତ ରାତିରେ ଅଗ୍ନି କାଣ୍ଡ ଘଟି ଗୋଟିଏ ପରିବାର ନିସ୍ବ ହୋଇଯାଇଛନ୍ତି। ଜଇଶପାଟଣା ସ୍ଥିତ କେନାଲ ବନ୍ଧ ନିକଟରେ ଘର କରି କୁନୁ ପ୍ରଧାନ,ପତ୍ନୀ ଝରଣା ବେହେରା ଏବଂ ସେମାନଙ୍କ ଦୁଇ ଛୋଟ ଝିଅ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ବସବାସ କରୁଥିଲେ।କୁନୁ ଦିନ ମଜୁରିଆ ହିସାବରେ କାମ କରି ଗୁଜୁରାଣ ମେଣ୍ଟାଉ ଥିଲେ।ଗତ ରାତିରେ କୋୖଣସି କାରଣରୁ ଏହି ଘରେ ନିଆଁ ଲାଗିଯାଇଥିଲା। ସୈାଭାଗ୍ୟ ବଶତଃ ସମସ୍ତ ପରିବାର ବାହାରକୁ ଚାଲିଯାଇଥିଲେ।ଘର ମଧ୍ୟରେ ଥିବା ଆସବାବପତ୍ର,ରୋଷଇ ସିଲିଣ୍ଡର, ଏକ ସାଇକେଲ, ସମସ୍ତ ଲୁଗା , ପୋଷାକ ପତ୍ର, ଆଧାର କାର୍ଡ,ଭୋଟର ପରିଚୟପତ୍ର, ଚାଉଳ, ୪୦ ହଜାର ଟଙ୍କା ଆଦି ପୋଡି ମାଟିରେ ମିଶି ଯାଇଛି ବୋଲି ଝରଣା ବେହେରା ପ୍ରକାଶ କରିଛନ୍ତି। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ,ମାତ୍ର ସେତେବେଳକୁ ସବୁ ପୋଡି ଯାଇ ଥିଲା।ସର୍ବସ୍ବ ହରାଇ ଥିବା ପରିବାର କୁ ସରକାରୀ ସାହାଯ୍ୟ ନିମନ୍ତେ କୁନୁ ପ୍ରଧାନ ବିନମ୍ର ଅନୁରୋଧ କରିଛନ୍ତି।