ତେନ୍ତୁଳୀଖୁଣ୍ଟି :- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଠାରେ ମୋର୍ମାନ୍ତୁତ ସଡକ ଦୁର୍ଘଟଣା |ଗୋଟିଏ ପିକଅପ ଭ୍ୟାନ୍ OD ୧୦ H ୮୫୯୫ ପିକଅପ ଭ୍ୟାନ୍ ରେ ପ୍ରାୟ ୨୭ ଜଣ ଶ୍ରମିକ ଆର ଡବ୍ଲୁ ଏସ ଏସ କାର୍ଯ୍ୟରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଲା |ଏହି ପିକପ ଭେନ ଟି ଥୁଆମୂଳ ରାମପୁର ର ନାଗି ପଞ୍ଚାୟତ ର ନାଗି ଗ୍ରାମ ରୁ ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଗ୍ରାମ କୁ ପାଇପ ଲାଇନ କାର୍ଯ୍ୟ ପାଇଁ ଯାଉଥିବା ଜଣାପଡିଛି |ଏହି ଦୁର୍ଘଟଣା ରେ ୨୭ ଜଣ ମଧ୍ୟରୁ ୫ ଜଣ ଗୁରୁତର ଏବଂ ୨୨ ଜଣ ଆହାତ ହୋଇଛନ୍ତି |୫ ଜଣ ଗୁରୁତର ଙ୍କ ମଧ୍ୟରୁ ୩ଜଣ ଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଏବଂ 2 ଜଣ ଙ୍କୁ କୋରାପୁଟ ମୁଖ୍ୟଚିକିର୍ଶାଳୟ କୁ ସ୍ଥାନାନ୍ତର କରାଯାଇଛି |ଏହି ଭେନ ରେ ଅନେକ ନାବାଳକ ସ୍କୁଲ ପଢୁଆ ପିଲା ଶ୍ରମ ପାଇଁ ଯାଉଥିଲେ ସେମାନେ ମଧ୍ୟ ଆହତ ହୋଇଛନ୍ତି l
ନାଗି ଓ ଦେଓପାଲି ଗ୍ରାମର ପ୍ରାୟ ୨୭ ଜଣ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ନେଇ RWSS ବିଭାଗର ଷ୍ଟିକର ଲଗାଇ ପିକଅପ ଗାଡି ନନ୍ଦାହାଣ୍ଡି କୁ ମେଗା ଜଳ ଯୋଗାଣ ଯୋଜନାରେ ପାଇପ ବିଛାଇବା କାର୍ଯ୍ୟ କରିବାକୁ ଯାଉଥିଲା |ଏହି ସମୟରେ କହେଁଇମୁଣ୍ଡା ବୁଲାଣୀ ନିକଟରେ ଗାଡିଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା |ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ
ସେମାନେ ହେଲେ କାମଳୁଚନ ମାଝୀ (୨୪) ,ଲକ୍ସମନ ଜାନି (୨୨), ଗୋପୀନାଥ ମାଝୀ (୨୨), ଚନ୍ଦ୍ର ମାଝୀ (୩୩), ବନମାଳୀ ନାୟକ ( ୧୮), କୃଷ୍ଣ ନାୟକ (୨୮), ଲେଲି ମାଝୀ (୬୦), ଚିନୁ ମାଝୀ (୧୪), ଅଭି ମାଝୀ (୨୧), ସନ୍ୟାସୀ ମାଝୀ( ୨୪ ), ମୁନା ମାଝୀ (୨୦), ଜୟସିଂ ମାଝୀ (୪୦), ସନ୍ୟାସୀ ହରିଜନ (୧୯) , ଭଗବାନ ମାଝୀ (୨୬), ମାଝୀ ମାଝୀ (୨୨), ଭୁବନ ମାଝୀ (୨୩),ଜୟରାମ ଲୋରା (୧୭), ରାମ ମାଝୀ (୩୦) ଏବଂ ଅନ୍ୟ ମାନେ ଆହତ ହୋଇଥିଲେ |ଏମାନଙ୍କ ମଧ୍ୟ ରୁ ଲେଲି ମାଝୀ ଏବଂ ଜୟସିଂ ମାଝୀ ଙ୍କୁ କୋରାପୁଟ ସ୍ଥାନାଂତର କରାଯାଇଥିବା ବେଳେ ଜିତୁ ମାଝୀ ,ବାବୁନୁ ଜାନି , ଭଗବାନ ମାଝୀ ଙ୍କୁ ନବରଙ୍ଗପୁର ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି |
Comments are closed.