ସୌଭାଗ୍ୟ ମହାନ୍ତି (ରାଜା ) : ଜାମ୍ମୁ – ଶ୍ରୀନଗର ଜାତୀୟ ରାଜପଥର ଫୁଲୱାମା ନିକଟରେ ଆତଙ୍କବାଦୀ ବିସ୍ଫୋରଣରେ ୪୦ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ) ଯବାନ ସହିଦ୍ ହେବାର ଦେଢ ବର୍ଷ ପରେ ଗତ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଉଏ) ପାକିସ୍ଥାନ ଭିତିକି ଆତଙ୍କବାଦୀ ସଂଗଠନ ଜୈଶ – ଇ – ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ସମେତ ୧୯ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । ଏହି ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ବିଭିନ୍ନ ସମୟରେ ନିଜକୁ ଦାୟୀ କରିଥିବାରୁ ଜୈଶ ଯେ ବିସ୍ଫୋରଣରେ ସଂପୃକ୍ତି , ଏହା ବିନା ଦ୍ୱିଧାରେ ଯେ କେହି ସ୍ୱୀକାର କରିବେ ।
ମାସୁଦ ଆଝାର ବ୍ୟତୀତ ତା’ର ପୁତୁରା ମହମ୍ମଦ ଉମାର ଫାରୁକ୍, ଯେ କି କାଶ୍ମୀରରେ ଜୈଶ ର ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିଥିଲା । ଅବଶ୍ୟ ଫାରୁକ ସୁରକ୍ଷାକର୍ମୀଙ୍କ ଏନକାଉଟଂରରେ ମୃତୁ୍ୟବରଣ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଏନଆଇଏ ମାସୁଦର ଭାଇ ରାଉଫ ଅସଗର, ଅନ୍ୟ ଜଣେ ଭାଇର ପୁଅ ମହମ୍ମଦ ଉସମାନ ଫାରୁକ୍ (ଯେ କି ମୁଖ୍ୟ ଷଡଯନ୍ତ୍ରକାରୀ) ତା ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଛି । ଏନଆଇଏ ସ୍ୱତନ୍ତ୍ର ଅଦାଲତରେ ୧୩,୮୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆହୁରି ମଧ୍ୟ ଚାର୍ଜସିଟରେ ସୁରକ୍ଷା କର୍ମୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠେ । ପାକିସ୍ଥାନୀ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଏବଂ ଫୁଲୱାମାରେ ଆକ୍ରମଣ ପାଇଁ ବିସ୍ଫୋରକ ସାମଗ୍ରୀ ମହଜୁଦ କରିବା ସଂପର୍କରେ ଜାଣି ନପାରିଲେ କିପରି? କେବଳ ଏତିକି ନୁହେଁ, କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଜାମ୍ମୁ-ଶ୍ରୀନଗର ରାଜପଥରେ ସିଆରପିଏଫ ବିଭାଗର ବିଫଳତାକୁ ପ୍ରତିପାଦନ କରୁଛି ବୋଲି କହିଲେ ଭୁଲ ହୋଇନପାରେ ।
ଫୁଲୱାମା ଆକ୍ରମଣ ପରେ ବହୁ ଘଟଣା ଘଟିଯାଇଛି । ଆତଙ୍କବାଦୀଙ୍କ ଶିବିର, ତାଲିମ କେନ୍ଦ୍ର ଧ୍ୱଂସ ପାଇଁ ଭାରତୀୟ ବାୟୁସେନା ପାକିସ୍ଥାନର ଖାଇବର ପାଖତୁନଖାୱା ପ୍ରଦେଶର ବାଲକୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ବେଳେ ପାକିସ୍ଥାନ ପାଲଟା ଯବାବ ସଦୃଶ ଭାରତୀୟ ବାୟୁସେନାର ଏମଆଇଜି-୨୧ ବିଭାଗକୁ ଗୁଳି କରି ଖସାଇ ଦେବା ସଙ୍ଗେ ସଙ୍ଗେ ବିମାନର ପାଇଲଟକୁ ବନ୍ଦୀ କରି ରଖିଥିଲେ । ଅନ୍ୟ ପକ୍ଷରେ ଫୁଲୱାମା ଆକ୍ରମଣ ପାଇଁ ଭାରତ ପାକିସ୍ଥାନକୁ ଦାୟୀ କରିଥିଲା । ଭାରତ ମଧ୍ୟ ପାକିସ୍ଥାନକୁ ମୋଷ୍ଟ ଫେରରଡ ନେସନ’ରୁ ବାଦ ଦେବା ସହ ସମସ୍ତ ବାଣିଜ୍ୟ ସଂପର୍କ ଛିନ୍ନ କରିଥିଲା । ଆନ୍ତର୍ଜାତିକ ସ୍ତରରେ ପାକିସ୍ଥାନକୁ ଏକ ଆତଙ୍କବାଦୀ ରାଷ୍ଟ୍ର ଭାବେ ଚିତ୍ରଣ କରିବା ଏବଂ ଏକ ଘରିଆ କରିବା ପାଇଁ ଭାରତ ଯୋରଦାର ଅଭିଯାନ କରିଥିଲା ।
ଏହା ନିଶ୍ଚିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ପାକିସ୍ଥାନ ସେନାବାହିନୀ ସହ ଘନିଷ୍ଟ ସଂପର୍କ ରହିଛି । କାଶ୍ମୀରକୁ ନେଇ ଜେଇଏମର ଏହା ପ୍ରଥମ ଆକ୍ରମଣ ନୁହେଁ । ଗତ ଦୁଇ ଦଶନ୍ଧି ଧରି ପାକିସ୍ଥାନ ସେନା ବାହିନୀ, ଆଇଏସଆଇର ପ୍ରତ୍ୟକ୍ଷ ସହଯୋଗରେ ଜେଇଏମ ଭାରତ ବିରୁଦ୍ଧରେ ଆତଙ୍କବାଦ ଘଟାଇ ଛାୟା ଯୁଦ୍ଧ ଚଳାଇ ଆସିଛି । ଗତ ମାର୍ଚ୍ଚ ମାସରେ ଭାରତର ଦୃକ୍ଷ ପଦକ୍ଷେପ ଯୋଗୁଁ ପାକିସ୍ଥାନ ରାୁଫ ଅସଗର, ମାସୁଦର ପୁଅ ହମାଦ ଆଝାର ସମେତ ୪୦ଜଣ ଜୈଶ ଆତଙ୍କବାଦୀଠୁ ଗିରଫ କରିଥିଲା । ଏବେ ଆନ୍ତର୍ଜାତିକି ଫାଇନାନସିଆଲ ଟାକ୍ସଫୋର୍ସର ଚେତାବନୀ ପରେ ପାକିସ୍ଥାନ ମାସୁଦ ଆଝାର ସହ ୮୮ଜଣ ନାମ ତାଲିକା ପ୍ରକାଶ କରିଛି ।
ପାକିସ୍ଥାନ ଏକ ଆତଙ୍କବାଦୀ ରାଷ୍ଟ୍ର । ଏହା ବିଶ୍ୱ ସମୁଦାୟର ହୃଦବୋଧ ହୋଇଥିବା ଏଫଏଟିର ଚେତାବନୀର ସ୍ପଷ୍ଟ ହୋଇଛି । ଫୁଲୱାମା ଆକ୍ରମଣ ଘଟଣାର ତଦନ୍ତରେ ପାକିସ୍ଥାନର ସହାୟତା କେବଳ ଏହାର ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ । ଭାରତ ବିରୁଦ୍ଧରେ ପାକିସ୍ଥାନର ମନୋଭାବ ସ୍ପଷ୍ଟ । ଯାହାକି ପାକିସ୍ଥାନୀ ନେତାମାନÿଙ୍କର ବୟାନରୁ ସ୍ପଷ୍ଟ ପ୍ରମାଣ ମିଳିଛି । ପାକିସ୍ଥାନର ଉଦେ୍ଦଶ୍ୟ ପ୍ରତି ଭାରତ ସଜାଗ ରହିବା ଆବଶ୍ୟକ । ଅନ୍ୟଥା ଦେଶର ଶାନ୍ତି, ସ୍ଥିରତା ବିପନ୍ନ ହେବା ସମ୍ଭାବନା ରହିଛି ।