ଫୁଲବାଣୀ(santosh mishra) : କନ୍ଧମାଳ ଜିଲ୍ଳାର ଖଜୁରିପଡା ଥାନ ଅଂଚଳରେ ଥିବା ଦୁତିମେଣ୍ଢି ଗ୍ରାମପଂଚାୟତ ସମ୍ବରଡେଗା ନାଳରେ ଆଜି ଜଣେ ଅଜଣା ଯୁବକ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସେଠାରେ ଏହି ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୁଚନା ଦେଇଥିଲେ ।
ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ସଦଳବଳେ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ଫୁଲବାଣୀ ଡାକ୍ତରଖାନାକୁ ବ୍ୟବଛେଦପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ୧୨/୨୦ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ସେଠାରେ ଫୁଲବାଣୀ ସଦର ଏସଡିପିଓ ଶ୍ରୀ ମହେନ୍ଦ୍ର ନାଥ ମୁର୍ମ୍ମୁ ମଧ୍ୟ ସାଇଣ୍ଟିଫିକ୍ ଦଳ ସହ ପହଂଚି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡଛି ।
ତେବେ ମୃତକର ପରିଚୟ ମିଳିନଥିବାରୁ ଶବର ଚିହ୍ନଟ ପାଇଁ କନ୍ଧମାଳ ଜିଲାର ସମସ୍ତ ଥାନାକୁ ତାର ଫୋଟ ସହିତ ସୁଚନା ପ୍ରଦାନ କରାଯାଇଛି । ଘଟଣାର ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ମୃତୁ୍ୟର କାରଣ ଜଣାପଡିବା ବୋଲି ଖଜୁରିପଡା ଥାନା ଅଧିକାରୀ କହିଛନ୍ତି ।