Odisha news

ଫୁଲବାଣୀରେ କୋଭିଡ କଟକଣା ଭିତରେ ପାଳିତ ହେଲା ଇଦ, ପର୍ବ

ଫୁଲବାଣୀ,୧୪/୦୫, ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଆଜି ମୁସଲମାନ ସମ୍ପ୍ରଦାୟର ଇଦ ପର୍ବ ପାଳନ ଫିକା ପଡିଯାଇଛି । ପ୍ରତି ବର୍ଷ ଏହି ପର୍ବକୁ ଫୁଲବାଣୀର ମୁସଲମାନ ଭାଇମାନେ ଧୁମଧାମରେ ପାଳି ଆସୁଥିବା ବେଳେ ଚଳିତ ବର୍ଷ ଏବଂ ଚଳିତ ବର୍ଷ ଏହି ପର୍ବକୁ ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ସାମାଜିକ ଦୁରତା ପାଳନ କରି ପାରମ୍ପରିକ ଭାବରେ ପାଳନ କରିଥିବା ଜଣାପଡିଛି । ଏହି ପର୍ବ ପାଳନ ବେଳେ ମୁସଲମାନ ଭାଇ ଓ ଭଉଣି ମାନେ ନୁଆ ପୋଷାକ ପିନ୍ଧିବା ସହିତ ଘରେ ନାନା ରକମର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପରଷ୍ପର ମଧ୍ୟରେ ବାଣ୍ଟିବା ସହିତ ମସଜିଦରେ କୋରାନ ପାଠ କରୁଥିଲେ । ତେବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ପ୍ରଶାସନ ତରଫରୁ ଏହାକୁ ରୋକିବାକୁ ଘୋଷଣା କରାଯାଇଥିବା ଯୋଗୁଁ ଜନ ଗହଳି କାରିବାକୁ କିମ୍ବା କୌଣସି ସାମ୍ପ୍ରଦାୟୀକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିବାକୁ ବାରଣ କରାଯାଇଛି । ସେଥିପାଇଁ ଆଜି ଫୁଲବାଣୀର ମୁସଲମାନ ଭାଇମାନେ କୋଭିଡ ସଂକ୍ରମଣ ରୋକିବା ଦିଗରେ ସରକାର ନେଇଥିବା ପଦକ୍ଷେପକୁ ସ୍ୱାଗତ ଜଣାଇବା ସହିତ ଇଦ ପର୍ବକୁ କେବଳ ପରମ୍ପରା ଗତ ଭାବରେ ପାଳିଛନ୍ତି । ଏହାସହିତ ଲୋକଙ୍କୁ କରୋନା ସଂକ୍ରମଣ କାଳରେ କୋଭିଡ ନିୟମକୁ ମାନିବା ସହିତ ସମସ୍ତ ପ୍ରକାରର ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି

Comments are closed.