ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ମାଝିପଡା ଘାଟି ଅଂଚଳରୁ ଗୋଟିଏ ଅଟୋରେ ଚାଲାଣ ହେଉଥିବା ବେଳେ ୧୦୫ କିଗ୍ରା ଗଞ୍ଜେଇ ଜବତ କରିଛି । ଏହାସହିତ ସେହି ଅଟୋକୁ ମଧ୍ୟ ଜବତ କରି ଚାଲାଣକାରୀ ଦୁଇଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସୋମବାର ଦିନ ଫିରିଙ୍ଗିଆ ଅଂଚଳରୁ ଭରବନେଶ୍ୱକୁ ଚାଲାଣ ହେବାକୁ ଥିବା ନେଇ ପୁର୍ବ ସୂଚନା ପାଇବାପରେ ଫିରିଙ୍ଗିଆ ଥାନା ପୋଲିସ ମାଝିପଡା ଘାଟିରେ ଗାଡି ମୋଟର ତଲାସି ଜାରୀ ରଖିଥିଲା । ସେହି ବାଟରେ ଏହି ଅଟୋ (ଓ.ଡି-୩୩-ୱାଇ-୦୪୯୩) ଆସିଥିଲା । ତାକୁ ତଲାସି କରିବା ପରେ ସେଥିରୁ ୩ଟି ବସ୍ତାରେ ୧୦୫ କିଗ୍ରା ଗଞ୍ଜେଇ ଥିବା ଦେଖିଥିଲା ପୋଲିସ । ପୋଲିସ ଏହି ଗଞ୍ଜେଇ ସମେତ ଅଟୋକୁ ଜବତ କରିବା ସହିତ ଏହି ଚାଲାଣ କାର୍ଯ୍ୟର ଅଭିଯୁକ୍ତ କାଣିବାଲି ଗ୍ରାମର ନାରାୟଣ କହଁର(୩୬) ଏବଂ ଖଜୁରିପଡା ର ଖୁଣ୍ଟଲଦର ଗ୍ରାମର ସଦାଶିବ ମହାନନ୍ଦ (୪୫)କୁ ଗିରଫ କରିଥିଲା । ଏହି ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ୧୪/୨୦୨୧ ରୁଜ୍ଜୁ କରିବା ସହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି ।