Odisha news

ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିକରି ଦାବିପତ୍ର ପ୍ରଦାନ

0

ଫୁଲବାଣୀ (Santosh Mishra) : ମସିହା ପରଠାରୁ କନ୍ଧମାଳ ଜିଲାରେ ସରକାରୀ ଉଚ୍ଚ ବିଦ୍ୟଳୟ ତଥା ଅନ୍ୟ ସରକାରୀ ଅନୁଦାନ ପ୍ରପ୍ତ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ଏଭଳି ସ୍ଥଳେ ଆବଶ୍ୟକ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିଲେ ମଧ୍ୟ ଅନେକ ଯୋଗ୍ୟ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ବୃତି ଅଭାବରୁ ପରିବାର ଚଳାଇବା କଷ୍ଟକର ହୋଇ ଗଲାଣି । ଅତ୍ୟନ୍ତ ଅଭାବ ଅନାଟନରେ କାଳତିପାତ କରୁଛନ୍ତି ପରିବାର ଲୋକେ । ତୃତୀୟ ଭାଷା ସ୍ଥାନରେ ଆଇ.ଟି ଓ ଭୋକେସନାଲ ନରଖି ପୂର୍ବ ନିୟମ ଆଧାରିତ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ପ୍ରଦାନ କରାଯାଉ ।

ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ମୂଳଧାର ଅଟେ । ଏହାର ଗୌରବ ରକ୍ଷା କରି ଏହି ଭାଷାକୁ ବାଧ୍ୟତା ମୂଳକ ଭାଷାରେ ମାନ୍ୟତା ଦେବା ପାଇଁ ଦାବୀ କରାଯାଇଛି । ଏହି ସମସ୍ୟାର ସମାଧାନ କରାନଗଲେ ଘରେ ଭୋକ ଉପାସରେ ମୃତୁ୍ୟବରଣ କରିବା ଅପକ୍ଷୋ ଆମରଣ ଅନଶନ କରିବା ଶ୍ରେୟ ମଣିବୁ ବୋଲି ଉଲ୍ଲେଖ କରାଯାଇଥିବା ୬ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଉଲ୍ଲେଖ ଥିବା ଦାବୀ ଗୁଡ଼ିକ ମଧ୍ୟରେ , ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସଂସ୍କୃତ ଭାଷାକୁ ବାଧ୍ୟତା ମୂଳକ କରିବା , ଶିକ୍ଷଶାସ୍ତ୍ରୀ ଉତିର୍ଣ୍ଣ ହୋଇ ବେରୋଜଗାର ଥିବା ପ୍ରର୍ଥିଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନେବା ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ଦେବା ଭଳି ଦାବି କରାଯାଇଛି । ସଂସ୍କୃତରେ ଶିକ୍ଷାଶାସ୍ତ୍ରୀ ଉତିର୍ଣ୍ଣ ହୋଇଥିବା ଚିତ ରଞ୍ଜନ ସାହୁ , ମିହିର କାନ୍ତ ପ୍ରଧାନ , ରାଜକିଶୋର ଦାସଙ୍କ ଭଳି ବହୁ ଯୁବକ ଚାକିରି ପାଇଁ ଦାବି କରି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

 

Leave A Reply