Odisha news

ଫୁଲବାଣୀ ଟାଉନ ଥାନା ପୋଲିସ ୧୦କିଗ୍ରା ଗଞ୍ଜେଇ ଓ ବୁଲେଟ ଜବତ ସହ ୨ଗିରଫ

0

ଫୁଲବାଣୀ (Santosh Mishra)  ଗଞ୍ଜେଇ ମାଫିଆମାନେ ବର୍ତମାନ ବହୁମାତ୍ରାରେ ଏକାଥରେ ଗଞ୍ଜେଇ ଚାଲାଣ ବନ୍ଦ କରିବାସହିତ ଅଳ୍ପ ମାତ୍ରରେ କନ୍ଧମାଳ ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ଦେଖାଯାଉଛି । ଫୁଲବାନୀ ଟାଉନ ଥାନା ପୋଲିସ ରବିବାର ରାତିରେ ପାଟୋ୍ରଲିଙ୍ଗ କରୁଥିବାବେଳେ ସ୍ଥାନୀୟ ମାଦିକୁନ୍ଦା ଛାକଠାରେ ଗୋଟିଏ ବୁଲେଟ ମୋଟରସାଇକଲରେ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଏହି ଗଞ୍ଜେଇକୁ ଜବତ କରିବାସହିତ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀଙ୍କ ସୂଚନା ଅନୁସାରେ ଗତ ରାତିରେ ଫୁଲବାଣୀ ଥାନା ଏସ.ଆଇ ଏସ.କେ ପ୍ରଧାନ ସଦଳବଳେ ପାଟୋ୍ରଲିଙ୍ଗ କରୁଥିବାବେଳେ ଫୁଲବାନୀ ସହର ମାଦିକୁନ୍ଦା ଛକଠାରେ ଗୋଟିଏ ବୁଲେଟ୍ ମୋଟରସାଇକଲ (ଓ.ଡି.୩୩ ଏବି-୦୪୪୫)କୁ ଦେଖିଥିଲେ ।

ସେହି ବାଇକକୁ ସନେ୍ଦହରେ ପୋଲିସ ତଲାସି ନେବାବେଳକୁ ସେଥିରୁ ଗୋଟିଏ ବସ୍ତାରେ ୧୦ କିଗ୍ରା ୬୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିପାରିଥିଲେ । ପୋଲିସ ସେହି ବୁଲେଟ ମୋଟରସାଇକଲକୁ ଜବତ କରିବା ସହିତ ଏହି କାର୍ଯ୍ୟରେ ଲିପ୍ତ ଥିବା ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ତପବନ ଲେନର ଅଶୋକ ଗଉଡ ଏବଂ ନୟାଗଡ ଥାନା ଅଂଚଳର ଫତେଗଡ ଅଂଚଳର ଶୂଭଶ୍ରୀରଞ୍ଜନ ସାହୁଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏହି ଗଞ୍ଜେଇ ସମେତ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ସେମାନଙ୍କ ବିରୋଧରେ ଏକ ମାମଲା ୧୫୦/୨୦୨୦ ରୁଜ୍ଜୁ କରିବା ସହିତ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 

Leave A Reply