Odisha news

କଟକଣା ଭିତରେ ଫୁଲବାଣୀର ଲୋକେ ପାଳିଲେ ବୋଇତ ଭସାଣ ପର୍ବ

0

ଫୁଲବାଣୀ (Santosh Mishra) :  କୋଭିଡ୍ କଟକଣା ଭିତରେ କନ୍ଧମାଳ ଜିଲ୍ଲା ସମେତ ଫୁଲବାଣୀରେ ଲୋକେ ପାଳିଛନ୍ତି ବୋଇତ ଭସାଣ ପର୍ବ କାର୍ତୀକ ପୂର୍ଣ୍ଣୀମା ଅବସରରେ ମାସ ତମାମ ହବିଷ ପାଳିଥିବା ହବିଷ୍ୟାଳି ମାନେ ମଧ୍ୟ ଏହି ମାସର ଶେଷ ପର୍ବକୁ କଟକଣା ଭିତରେ ପାଳିଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନର କଟକଣା ଭିତରେ ମହିଳାମାନେ ଫୁଲବାଣୀ ସାଲୁଙ୍କୀ ନଦୀରେ ସ୍ନାନ ଆଦି କର୍ମ ସାରି ସାରି ପ୍ରବଳ ଶୀତ ହେଉଥିଲେ ସୁଦ୍ଧା ମଧ୍ୟ ରାତ୍ରୀ ୨ଟାରେ ସେମାନଙ୍କ ବୋଇତ ଭସାଣ ପର୍ବ ପାଳିଥିବାର ଦେଖାଯାଇଛି ।

ଶ୍ରଦ୍ଧାଳୁ ମାନେ ନଦୀରୁ ବୋଇତ ଭସାଣ ସାରି ଦିଅଁ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ ମଧ୍ୟ ମନ୍ଦିର ସବୁ ବନ୍ଦ ଥିବାରୁ ମନ୍ଦିର ବାହାରେ ହିଁ ଭୋଗ ଆଦି ପ୍ରଦାନ କରି ସେଠାରୁ ଫେରିଥିବା ଦେଖିବାକୁ ମିଳିଥିଲ । ତେବେ ଏହି କଟକଣା ଯୋଗୁଁ ମନ୍ଦିର ପୂଜକ ମାନଙ୍କର ମଧ୍ୟରେ ନିରାଶ ଭାବ ଦେଖାଯାଇଛି । ମନ୍ଦିରକୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଏବଂ ଦିଅଁ ଦର୍ଶନ ବାରଣ ଥିବାରୁ ବର୍ଷକୁ ଥରେ ପାଳିତ ହେଉଥିବା ଏହି କାର୍ତୀକ ମାସର ପର୍ବରେ ଲୋକଙ୍କର ଭୀଡ ଭିତରେ ସେମାନେ ଉପାର୍ଜନ କରୁଥିବା ରୋଜଗାର ମଧ୍ୟ ବନ୍ଦ ହୋଇଯିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।

ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର,ଶିବ ମନ୍ଦିର,ରାମେଶ୍ୱର ମନ୍ଦିର,ମହାକାଳେଶ୍ୱର ମନ୍ଦିର ସମେତ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚକାପାଦ ବିରୁପାକ୍ଷ ମନ୍ଦିର,ଟିକାବାଲି ଡୁଙ୍ଗୀ ଶୈବ ପୀଠ,ତୁମୁଡିବନ୍ଧ ଜଳେଶପଟ୍ଟା ଶୈବ ପୀଠ ସମେତ ଅନ୍ୟାନ୍ୟ ପ୍ରସିଦ୍ଧ ମନ୍ଦିର ସବୁ ବନ୍ଦ ରହିଥିଲା । ଲୋକେ ସେଠାରେ ପହଂଚି ମନ୍ଦିର ବାହାରୁ ସେମାନଙ୍କର ଭୋଗ ଆଦି ଅର୍ପଣ କରିଥିଲେ ।

 

Leave A Reply