ଫୁଲବାଣୀ (Santosh Mishra) : ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫”ଟି’ ( ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍) ର ସଫଳ କାର୍ଯ୍ୟାନ୍ୱୟନ କରି ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଶତ ପ୍ରତିଶତ ଆଶା ପ୍ରକଟ କରିପାରିଥିବା ସରକାରୀ କର୍ମଚାରୀମାନଙ୍କୁ ସାଧାରଣ ନିୟମ ବହିର୍ଭୂତ ପୁରସ୍କାର ପଦୋନ୍ନତି, ପ୍ରୋସôାହନ ପୁରସ୍କାର ଆଦି ପ୍ରଦାନ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି ।
ସେହିପରି ସଫଳତାର ସହିତ ନିରନ୍ତର ଭାବେ ୩୦ ବର୍ଷ ସେବା ସମାପ୍ତ କରିଥିବା କିମ୍ବା ୫୦ ବର୍ଷ ବୟସ୍କ ହୋଇଥିବା ଏବଂ ୫୫ ବର୍ଷ ବୟସ ହାସଲ କରିବା ପରେ ସଚ୍ଚୋଟତାର ଅଭାବ,ମାନସିକ ବା ଶାରିରୀକ ଅକ୍ଷମତା,ନିମ୍ନ ପଦବୀରେ ସନ୍ତୋଷ ଭାବେ କାର୍ଯ୍ୟ କରିଥିଲେହେଁ ପଦୋନ୍ନତି ପ୍ରାପ୍ତ ପଦବୀରେ ଆବଶ୍ୟକୀୟ ଦକ୍ଷତାର ଅଭାବ,ଜନସେବା ପ୍ରତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସଂପୃକ୍ତ କର୍ମଚାରୀଙ୍କ ଆଚାର ବ୍ୟବହାର କ୍ଷତିକାରକ କିମ୍ବା ବିପଦ ସୃଷ୍ଟିକାରୀ ଉପଲବ୍ଧ ହେଉଥିଲେ କିମ୍ବା ବିଗତ ୫ ବର୍ଷର ଚରିତ୍ର ପଞ୍ଜିକାରେ ପ୍ରତିକୁଳ ମନ୍ତବ୍ୟ ଆଦି ମୁଖ୍ୟ କାରଣ ପାଇଁ ଜଣେ କର୍ମଚାରୀଙ୍କୁ ସାଧାରଣ ଅବସର ପୂର୍ବରୁ ଅବସର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।
ଏହି ପରିପ୍ରେକ୍ଷୀରେ,ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ କରି,ଯୋଗ୍ୟ ବା ଅଯୋଗ୍ୟ କର୍ମଚାରୀଙ୍କ ନାମ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପ୍ରେରଣ କରିବା ଉଦେ୍ଦଶ୍ୟରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ପୂର୍ବରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଡା. ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି, ଉଲ୍ଲେଖନୀୟ ସରକାରୀ ସେବା ପାଇଁ ପୁର୍ବରୁ ପୁରସ୍କୃତ,ସମ୍ମାନୀତ ବା ପ୍ରଶଂସିତ କର୍ମଚାରୀଙ୍କ ନାମ ଉପଯୁକ୍ତ ପ୍ରମାଣପତ୍ର ସହିତ ଚଳିତ ନଭେମ୍ବର ୩୦ ତାରିଖ ସୁଦ୍ଧା ସୁପାରିଶ କରିବାକୁ ଉପସ୍ଥିତ କାର୍ଯ୍ୟାଳୟ/ପ୍ରତିଷ୍ଠାନ ମୁଖ୍ୟମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ସରକାର ୫ଟି ମାନଦଣ୍ଡ ନେଇ ଶାସନକୁ ସ୍ୱଚ୍ଛ ଓ ଦୁର୍ନିତି ମୁକ୍ତ କରିବା ପାଇଁ କାର୍ଯ୍ୟକରୁଥିିବା କର୍ମଚାରୀ ମାନଙ୍କର ସମ୍ବର୍ଦ୍ଧିତ କରିବା ପାଇଁ ଚୟନ କରିବା ପୂର୍ବରୁ ଜନମତ ଲୋଡ଼ିବାକୁ ମିଳିତ ନାଗରିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି ।
ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ୫ଟି ପ୍ରଣୟନ କରିବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମଧ୍ୟ ଉଲ୍ଲେଖ କରାଯିବା ସହିତ କନ୍ଧମାଳରେ ଏଥିରେ ଅନେକ ବ୍ୟତିକ୍ରମ ଦେଖାଯାଏ ବୋଲି ମଧ୍ୟ ଦର୍ଶାଯାଇଛି । ଅନେକ ଅଧିକାରୀ ମାନେ ଆନ୍ତରିକତା ବିହୀନ ନିଜର ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟକରୁଛନ୍ତି ବୋଲି ଉଲ୍ଲେଖ କରାଯିବା ସହିତ ଅନେକ ଦାବି ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଆବାହକ ଅଶୋକ ପରିଡ଼ାଙ୍କ ସମେତ ନାଗରିକ କମିଟିର ସଭାପତି ଡ଼.ଅରୁପ କୁମାର ଜେନା ଓ ଅନ୍ୟ ସଦସ୍ୟମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।