ଫୁଲବାଣୀ(Santosh Mishra) : ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଜାମୁଝରୀ ପଂଚାୟତ ମାଦିକୋଲା,ନେଡିପାଜୁ,ସାପାଙ୍ଗି,ଗାବାନଳା ଏବଂ ଜାମୁଜରୀ ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଅଂଚଳରେ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ଆଜି ନଷ୍ଟ କରାଯାଇଛି ।
ଏହି ଅଭିଯାନରେ ମାଜିଷ୍ଟ୍ରେଟ୍ ଭାବରେ ଦୁଃଶାସନ ସ୍ୱାଇଁ ଯୋଗ ଦେଇଥିଲେ । ସଦରଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀଙ୍କ ନେତୃତ୍ୱରେ ଏସ.ଆଇ ସଞ୍ଜିବ ମହାନ୍ତି ଅବକାରୀ ବିଭାଗର ଏସ.ଆଇ ସୁରେଶ ତାଣ୍ଡି ଏବଂ କର୍ମଚାରୀ ମାନଙ୍କ ସମେତ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଜବାନ ଏବଂ ଶ୍ରମିକ ମାନେ ଯୋଗ ଦେଇଥିଲେ ।
ଆଜିର ଏହି ଅଭିଯାନରେ ୧୯୨ ଏକର ପରିମିତ ସଂରକ୍ଷିତ ଜଙ୍ଗଲରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ସେଠାରେ ନଷ୍ଟ କରାଯାଇଛି । ଏହି ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା ୧୧୪/୨୦୨୦ ରୁଜ୍ଜୁ କରାଯାଇଥିବା ସଦରଥାନା ଅଧିକାରୀ ସୂଚନା ଦେଇଛନ୍ତି ।