Odisha news

ସବୁଦିନ ପାଇଁ ଅଲଗା ହେଲେ ଜଗାକାଳିଆ : କାଳିଆର ଶେଷକୃତ୍ୟ ସମ୍ପର୍ଣ୍ଣ , ପରିବାର ସମେତ ଅଂଚଳରେ ଶୋକାକୁଳ ପରିବେଷ

0

ଫୁଲବାଣୀ (Santosh Mishra) : ରାଜ୍ୟ ସରକାର ଏବଂ ଡାକ୍ତରଙ୍କର ଦିର୍ଘ ୨ ବର୍ଷରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ଶେଷରେ ବିଫଳ ହୋଇଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ଠାରୁ ତାର ଭାଇ କାଳିଆ ବୁଧବାର ରାତି ପ୍ରାୟ ୯ଟାବେଳେ କଟକ ଏସସିବି ମେଡିକାଲ କଲେଜରେ ଚିକିସôିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛି ଯାହାଦ୍ୱାରା ସବୁଦିନ ପାଇଁ ଅଲଗା ହୋଇଯାଇଛନ୍ତି ଜଗାକାଳିଆ । ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅଂଚଳରେ ଥିବା ତାଙ୍କ ପୈତୃକ ଗ୍ରାମ ମିଲୁପଡାରେ ତାର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । କଟକରୁ ଏକ ସ୍ୱତନ୍ତ୍ର ଆମ୍ବୁାଲାନ୍ସ ଯୋଗେ ତାର ମାତା ପୁଷ୍ପାଞ୍ଜଳି କହଁର ଏବଂ ପିତା ଭୁୟାଁ କହଁରଙ୍କ ସମେତ କାଳିଆର ମରଶରୀରକୁ ଅଜି ସକାଳ ୬ଟା ବେଳେ ଅଣା ଯାଇଥିଲା ।

ସେଠାରେ ପହଂଚିବାପରେ ଗ୍ରାମବାସୀଙ୍କ ସମେତ କାଳିଆର ପରିବାର ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେଠାରେ କନ୍ଧମାଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ବିଡିଓ ସାନ୍ତନୁ ନାୟକଙ୍କ ସମେତ ଜିପିଓ ରବିନ୍ଦ୍ର କୁମାର ବେହେରା ଏବଂ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏବଂ ମିଲୁପଡା ଗ୍ରାମର ଲୋକଙ୍କ ସାହଯୋଗରେ କାଳିଆର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ୨୦୧୫ ମସିହା ଏପି୍ରଲ ୯ ତାରିଖରେ ଏହି ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଫୁଲବାଣୀ ମୁଖ୍ୟ ଚିକିସôାଳୟରେ ଜନ୍ମ ନେଇଥିଲେ ।

ଏହି ଘଟଣାର ଗଣମାଧ୍ୟମରେ ପ୍ରସାର ହେବାପରେ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ରାଜ୍ୟ ସରକାର ଏହି ଯୋଡା ମୁଣ୍ଡ ଶିଶୁଙ୍କର ଚିକିସôା ଦାୟୀତ୍ୱ ରାଜ୍ୟ ସରକାର ନେଇଥିଲେ । ଏହି ଯୋଡାମୁଣ୍ଡ ଶିଶୁ ମାନଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ନୁଆଁ ଦିଲ୍ଲିର ଏସମସ ହସପିଟାଲରେ ଭର୍ତି କରାଯାଇଥିଲା । ୨୮/୮/୨୦୧୭ ତାରିଖରେ ଜଗାକା-ଳିଆଙ୍କର ଯୋଡା ମୁଣ୍ଡର ଅସ୍ତ୍ରୋପଚାର ପ୍ରଥମେ ଦିର୍ଘ ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଏବଂ ଦ୍ୱୀତୀୟ ପର୍ଯ୍ୟାୟରେ ୨୫/୧୦/୨୦୧୭ ତାରିଖରେ ପୁଣି ୧୨ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଜଗାକାଳିଆଙ୍କର ଯୋଡା ମୁଣ୍ଡକୁ ଅଲଗା କରାଯାଇଥିଲା ।

ହେଲେ ସେହିଦିନଠାରୁ ଡାକ୍ତରମାନଙ୍କ ଚିକିସôା ଯୋଗୁଁ ଜଗାର ଅବସ୍ଥା ସୁଧୁରିବାକୁ ଲାଗିବାବେଳେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା । ତେଣୁ ଉଭୟ ଭାଇମାନେ ଡାକ୍ତରଙ୍କ ତତ୍ୱାବଧାନରେ ରହିଥିଲେ । କାଳିଆ ସେପ୍ଟିସିମିଆ ଏବଂ ନିମୋନିଆଁ ରୋଗରେ ଆକ୍ରନ୍ତ ହୋଇଥିଲା । ଡାକ୍ତରମାନଙ୍କ ଚେଷ୍ଟା ସତ୍ୱେ କାଳିଆ ମୃତୁ୍ୟ ହୋଇଛି । ତେବେ କାଳିଆର ମୃତୁ୍ୟକୁ ଭଗବାନଙ୍କ ଇଛା ବୋଲି କହିବା ସହିତ ବର୍ତମାନ ଜଗାକୁ ସୁସ୍ଥ କରିବାରେ ଡାକ୍ତରମାନଙ୍କ ପ୍ରଚେଷ୍ଟା କରିବାର ଆବଶ୍ୟକ ବୋଲି କାଳିଆର ମାତାପିତା କହିଛନ୍ତି ।

Leave A Reply