ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ପରିସରରରେ ମହିଳା କୋର୍ଟ ଉଦ୍ଘାଟନ ହୋଇଯାଇଛି । ଏହାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ସମାଜରେ ମହିଳା ନିର୍ଯ୍ୟାତନା ମାମଲା ଗୁଡିକର ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଏହି କୋର୍ଟର ଉନ୍ମୋଚନ କରାଯାଇଛି । । କୋର୍ଟରେ ଦାୟାର ହୋଇଥିବା କେସ ଗୁଡିକର ପରିମାଣ ଅଧିକ ଥିବାରୁ ନିର୍ଯ୍ୟାତିତ ମହିଳାମାନେ କୋର୍ଟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଏବଂ ସେମାନଙ୍କୁ ଉପଯୁକ୍ତ ସମୟରେ ନ୍ୟାୟ ପାଇବାରେ ଯଥେଷ୍ଟ ବିଳମ୍ବ ହେଉଛି ।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ଫୁଲବାଣୀ ଠାରେ ମହିଳା କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଉଦଘାଟିତ କାର୍ଯ୍ୟକ୍ରମରେ ଉ୍ପସ୍ଥିତ ସଦସ୍ୟଗଣ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ଜିଲ୍ଲା ଜଜ୍ କେ.ଆର.ମହାପାତ୍ର, ରେଜିଷ୍ଟାର ଜେନରାଲ ମଳୟ ରଞ୍ଜନ ଦାସ, ରେଜିଷ୍ଟାର ଆଡମିନଷ୍ଟ୍ରେସନ ରାଜେନ୍ଦ୍ର କୁମାର ତୋଷ, ଜିଲ୍ଳା ଜଜ୍ ଶାରଦା ପ୍ରସାଦ ନାୟକ, ଫେମିଲ ଜଜ୍ ନିରଞ୍ଜନ ପଣ୍ଡା,ଏଡିଜେ ବିଳାସ ବେହେରା, ସିଜିଏମ ଶ୍ରୀମତି ରଞ୍ଜତା ଜୋତିଶି, ରେଜିଷ୍ଟାର ସୌଭାଗ୍ୟ ରଞ୍ଜନ ସ୍ୱାଇଁ, ଜେଏମଏଫସି ପ୍ରଜ୍ଞା ପରିମିତା ମହାନ୍ତି, ଜେଏମଏସସି ପ୍ରେରଣାଶ୍ରୀ ଦେଓ, ନୁତନ ଭାବେ ନିଯୁକ୍ତି ମହିଳା କୋର୍ଟ ବିଚାରପତି ଶ୍ରୀମତି ଶିବାନୀ ଆଚାର୍ଯ୍ୟ, ଜିଲ୍ଲା କୋର୍ଟର ପିପି ରଶ୍ମିତା ମହାପାତ୍ର, ସ୍ଥାନୀୟ ଜିଲ୍ଲାପାଳ ଡା.ବୃନ୍ଦା.ଡି,ଏସପି ଭିନିତ୍ ଅଗ୍ରୱାଳ, ଜିଲ୍ଲା ବାର୍ ଆସୋସିଏସନର ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ଅସିମ ପ୍ରହରାଜ, ଦେବବ୍ରତ ପ୍ରଧାନ, ଭି ଭି ରାମ ଦାସ, ହରିଶ୍ଚନ୍ଦ୍ର ମହାରଣା, ଅଜୟ ସିଂ, ମନୋଜ ପଟ୍ଟନାୟକ, କୁଞ୍ଜ ଶତପଥି, ଦୁର୍ଗା ଶଙ୍କର ପଟ୍ଟନାୟକ, ପଙ୍କଜ ଦିଗାଲ,୍ ଡି.କେ. ବାନାର୍ଜି, ନୋଟାରୀ ପବ୍ଳିକ ବିରେନ୍ଦ୍ର ସୁବୁଦ୍ଧି ମହିଳା ଆଇନଜୀବୀ ବିଣାପାଣୀ ପ୍ରଧାନ, ନିହାରିକା ପାତ୍ର, ନନ୍ଦିତା କୁମାରୀ ଓ ଅନ୍ୟାନ୍ୟ ଓକିଲ ଉପସ୍ଥିତ ଥିଲେ ।