ଫିରିଙ୍ଗିଆ ବି.ଡି.ଓ ଙ୍କ ପତ୍ନୀ ଙ୍କ ଆତ୍ମହତ୍ୟା ଘଟଣା , ସିବିଆଇ ତଦନ୍ତ ଦାବୀ କଲେ କନ୍ଧମାଳ ଜିଲ୍ଲାକଂଗ୍ରେ ସଭାପତି ଅନାମ ନାଏକ
ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଡିଓ ଙ୍କ ସରକାରୀ ବାସ ଭବନରେ କାର୍ଯ୍ୟରତ ବିଡିଓ ରଶ୍ମିରଞନ ମହନ୍ତଙ୍କ ପତ୍ନୀ ଙ୍କ ଆତ୍ମହତ୍ୟା ଘଟଣା ଏକ ହତ୍ୟାକାଣ୍ଡ ଦାବୀ କରିବା ସହିତ ଏହାର ସି.ବି.ଆଇ ତଦନ୍ତ ଦାବୀ କରିଛନ୍ତି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନାମ ନାୟକ । ଏହି ଘଟଣାକୁଶ୍ରୀ ନାଏକ ଦୃଢଭାବରେ ନିନ୍ଦା କରିବା ସହ ଏହା ଆତ୍ମହତ୍ୟା ନୁହେଁ ଏକ ସୁପରିକଲ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏହାକୁ ଏକ ତି୍ରକୋଣୀୟ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ସେ । ସେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକରେ କିଛିଦିନ ପୂର୍ବରୁ କାର୍ଯ୍ୟରତ ଥିବା ଜଣେ ମହିଳା ଗ୍ରାମ ପଂଚାୟତ ଟେକିନିକାଲ ଆସିଷ୍ଟାଣ୍ଟ (ଜିପିଟିଏ)ଙ୍କ ସମ୍ପୃକ୍ତି ରହିଥିବା ନେଇ ଏକ ବିଷ୍ପୋରକ ବୟାନ ଦେଇଛନ୍ତି । କଂଗ୍ରେସ ଜିଲ୍ଲା ସଭାପତିଙ୍କ ଏହି ବୟାନ ଏବେ ସରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସମ୍ପୃକ୍ତ ଜିପିଟିଏଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଫିରିଙ୍ଗିଆରୁ ନ ଯିବାକୁ ନାନା ପ୍ରକାରର ପ୍ରଚେଷ୍ଟା କରି ଆସୁଥିଲେ କିନ୍ତୁ ଫିରିଙ୍ଗିଆ ବିଡିଓ ଙ୍କ ସ୍ତ୍ରୀ ଙ୍କ ଆତ୍ମହତ୍ୟା ଘଟଣା ଦିନଠାରୁ ସମ୍ପୃକ୍ତ ମହିଳା ଜିପିଟିଏ ଙ୍କ ଦେଖା ନମିଳିବା ଏହିଘଟଣା ଏ ନେଇ ଆହୁରି ସନେ୍ଦହ ଶୃଷ୍ଟି କରୁଛି ବୋଲି କହିଛନ୍ତି ଅନାମ ନାୟକ । ସେଥିପାଇଁ ଏହାର ସିବିଆଇ ତଦନ୍ତ ଦାବୀ କରିବାକୁ ଏସ.ପି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦିଆଯିବ ବୋଲି କହିବା ସହ ଘଟଣାରେ ସମ୍ପୃକ୍ତି ଥିବା ମହିଳା ଜି.ପି.ଟି.ଏ ଏବଂ ବିଡିଓଙ୍କ ବିରୁଦ୍ଦରେ ଦୃଢ କାର୍ଯ୍ୟାନଷ୍ଠାନ ମଧ୍ୟ ଦାବୀ କରିଛନ୍ତି ।
ଆଗାମୀ ଦିନରେ ଏହି ଘଟଣା ଉପରେ ସିବିଆଇ ତଦନ୍ତ କରା ନ ଗଲେ ଜିଲ୍ଲା କଂଗ୍ରେସ ଜିଲ୍ଲାବ୍ୟାପୀ ଆନେ୍ଦାଳନ କରିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଏହି ଘଟଣା ଘଟିବାର ମାସେ ପୂର୍ବରୁ ୨୫.୦୯.୨୦୨୦ ତାରିଖ ଠାରୁ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଥିବା ଜି.ପି.ଟି.ଏ ଜଣକୁ ଫିରିଙ୍ଗିଆ ବ୍ଲକରୁ ବାଲିଗୁଡା ବ୍ଲକକୁ ସେଣ୍ଟ୍ରାଲ ରିଲିଫ ଆଦେଶ ସହ ବଦଳି ନିଦେ୍ର୍ଦଶ ହୋଇଥିବା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବିଶ୍ୱନାଥ ବାରିକ କହିଛନ୍ତି । କିନ୍ତୁ ସେହି ନିଦେ୍ର୍ଧଶକୁ ଜାଣିଶୁଣି ସେ ଅଣଦେଖା କରିବା ସହିତ ଫିରିଙ୍ଗିଆ ଛାଡି ନଥିଲେ । ଏହି ଘଟଣା ଘଟିବା ଦିନଠାରୁ ମହିଳା ଜି.ପି.ଟି.ଏ ଜଣକ ଫେରାର ଥିବା ଘଟଣା ବର୍ତମାନ ତାଙ୍କୁ ସନେ୍ଦହ ଘେରକୁ ଆଣିଛି ବୋଲି ମଧ୍ୟ ଦାବୀ କରିଛନ୍ତି ସେ ।
ସୂଚନା ଯୋଗ୍ୟ ଚଳିତ ମାସ ୪ ତାରିଖ ଦିନ ଫିରିଙ୍ଗିଆ ବ୍ଳକ କଲୋନୀରେ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନ ପଛପଟ ବାରଣ୍ଡାରେ ନିଜ ବେକରେ ତାଙ୍କର ଓଢଣି ବେକରେ ଲଗାଇ ପତ୍ନୀ ସରିତା ସାମଲ ଆତ୍ମହତ୍ୟା କରିଥିବା ନେଇ ଫିରିଙ୍ଗିଆ ଥାନାରେ ଖବର ଦେଇଥିଲେ ଖୋଦ ବିଡିଓ ପୁଲିସ ପହଂଚିବା ବେଳକୁ ତାଙ୍କୁ ଝୁଲୁଥିବା ଯାଗାରୁ ବାହାର କରିଥିଲେ ନିଜେ ବିଡିଓ ଏବଂ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ । ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ଗୁରୁତର କହି ଫୁଲବାଣୀ ଡାକ୍ତରଖାନାକୁ ରେଫର କରିଥିଲେ । ଫୁଲବାଣୀରେ ଡାକ୍ତର ସରିତାଙ୍କୁ ମୃତ ଘୋଷିତ କରିଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ଘଟଣା ସ୍ଥଳରେ ଏକ ଅପ ମୃତୁ୍ୟ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ।