ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ରେ ଓଡ଼ିଶା ସରକାରଙ୍କ ତରଫରୁ ଚାଲିଥିବା ଓଡ଼ିଶା କ୍ଷୁଦ୍ରଦାନା ଶସ୍ୟ କାର୍ଯ୍ୟକ୍ରମ ତରଫରୁ ଆଜି ମାଣ୍ଡିଆ କ୍ରୟ ନିମନ୍ତେ ସଚେତନତା ବୃଦ୍ଧି କରିବା ନିମନ୍ତେ ମାଣ୍ଡିଆ ରଥକୁ ରାଇକିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନି ପ୍ରଧାନ ଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଅଛି । ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ସଚେତନତା ରଥ ର ଉଦେ୍ଦଶ୍ୟ ବିଷୟରେ ଆଲୋକପାତ କରିଥିଲେ ।
ସହ କୃଷି ଅଧିକାରୀ ଉପେନ୍ଦ୍ର ପ୍ରସାଦ ପାଢୀ ମାଣ୍ଡିଆ କିଣାର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ଓ ଗ୍ରାମାଂଚଳରୁ କିଭଳି ଭାବରେ ଚାଷୀ ମାନେ ରାଇକିଆ ଓ ଇନ୍ଦ୍ରଗଡ ବହୁମୁଖି ସମବାୟ ସମିତିରେ ମାଣ୍ଡିଆ ବିକ୍ରି କରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ରଥ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ମାଣ୍ଡିଆ ଚାଷୀ ମାନଙ୍କୁ ବିକ୍ରି ଓ ବିକ୍ରି ପୂର୍ବ ପ୍ରସ୍ତୁତି ବିଷୟରେ ସଚେତନ କରିବ ଯାହା ଫଳରେ ଚାଷୀମାନେ ସଚେତନ ହୋଇପାରିବେ ବୋଲି ସହ କୃଷି ଅଧିକାରିଣୀ ସୁଦିପ୍ତା ପ୍ରଧାନ କହିଛନ୍ତି ।
ବର୍ତମାନ ମାଣ୍ଡିଆ ଚାଷୀ ମାନେ ମାଣ୍ଡଆକୁ ବିକ୍ରି କରିବା ନିମନ୍ତେ ସରକାରଙ୍କ ତରଫରୁ ମଣ୍ଡି ର ବ୍ୟବସ୍ଥା କରାଯାଇଅଛି, ଯାହା ଫଳରେ ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପାଇପାରିବେ ଓ ଲାଭବାନ୍ ହୋଇପାରିବେ ବୋଲି ସ୍ୱାତୀର ପ୍ରକଳ୍ପ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ କହିଥିଲେ । ଆୟୋଜିତ ଉଦ୍ଘାଟନି ଉସôବରେ ସ୍ୱାତୀର କର୍ମକର୍ତା ମାନେ ସହଯୋଗ କରିଥିଲେ ।