Odisha news

ବିଶ୍ୱମଧୁମେହ ଦିବସ ପାଳନ ଅବସରରେ ସଚେତନତା ରଥ ଉଦ୍ଘାଟିତ

0

ଫୁଲବାଣୀ,୧୬ା୧୧, ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏକ ସଚେତନ ରଥ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ ଘାଟିତ ହୋଇଯାଇଛି । ସଚେତନତା ରଥକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଜନ ସ୍ୱାସ୍ଥ୍ୟ ତତା ଜିଲା ମିଶନ ଶକ୍ତି ନିଦେ୍ର୍ଦଶିକା ଡ଼ା.ରାଜ୍ୟଶ୍ରୀ ପଟନାୟକ ପତକା ଦେଖାଇ ଉଦ୍ଘାଟନ କରିଥିଲେ ।

ଅ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧସକାରୀ ଡ଼ା,କଲ୍ୟାଣି ମିଶ୍ର , ଜିଲା କାର୍ଯ୍ୟକ୍ରମ ପରିଚାଳକ ମନୋ ରଂଜନ ସାହୁ , ଏଫ.ଏଲ.ସି ନିଗମ ରାଉତ , ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡ଼ା.ପ୍ରଶାନ୍ତ ମହାରଣା , ସଦାନନ୍ଦ ସାହୁ , ରାଜେନ୍ଦ୍ର ପ୍ରସାଦ ପାଢୀ ଓ ବଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଜିଲାର ପ୍ରତ୍ୟେକ ଅଂଚଳରେ ଗସ୍ତ କରିବା ସହିତ ଲୋକଙ୍କୁ ମଧୁମେହ ରୋଗ ବିଷୟରେ ସଚେତନ କରିବ ବୋଲି ଡ଼ା.ପଟ୍ଟନାୟକ ପ୍ରକାଶ କରିଛନ୍ତି ।

 

Leave A Reply