ଫୁଲବାଣୀ,୧୬ା୧୧(Santosh Mishra) : ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସୁସ୍ଥ ସବୁଜ ଗାଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର କାର୍ଯ୍ୟାଳୟ ପରିଷରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ପ୍ରାୟ ୪୦ ଜଣ ଯୁବକ ଯୁବତୀ ଯୋଗ ଦେଇ ସେହି ଅଂଚଳକୁ ସ୍ୱଛ ରଖିବା ଦିଗରେ ସେହି ଅଂଚଳ ଏବଂ ଡାକ୍ତରଖାନା ସମେତ ବିଭିନ୍ନ ଅଂଚଳରେ ସଫେଇ କାର୍ଯ୍ୟ କରିଥିଲେ ।
ଏହା ସହିତ ସେଠାରେ ରହୁଥିବା ଲୋକଙ୍କୁ ପରିବେଶ ସ୍ୱଛତା ବାବଦରେ ବୁଝାଇଥିଲେ । ପରେ କାର୍ଯ୍ୟାଳୟ ପରିଷରରେ ଆୟୋଜିତ କାଯର୍ୟକ୍ରମ ସମ୍ପର୍କୀତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୁଳ ଲଖ୍ୟ ଓ ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।
ଏଥିରେ ସ୍ୱେଛାସେବୀ ଅନୁପ ବିକ୍ରମ ପାତ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ବିଶ୍ୱାସ କଲେଜର ଅଧ୍ୟକ୍ଷ ପ୍ରଶନ୍ନ କୁମାର ବିଷୋଈ,ଆଇନଜିବୀ ମନୋଜ କୁମାର ପଟ୍ଟନାୟକ,ଅନୁଷ୍ଠାନର ସହକର୍ମୀ ସତ୍ୟବାନ ଦଳବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କର ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସ୍ୱେଛାସେବୀ ମାନେ ସହାୟତା କରିଥିଲେ । ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଜିଲ୍ଲ୍ାର ସମସ୍ତ ୧୨ଟି ବ୍ଳକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଂଚଳର ଲୋକଙ୍କୁ ସ୍ୱଛତା ଏବଂ ସବୁଜତାର ଉପକାରିତା ବିଷୟରେ ସଚେତନ କରାଯିବ ବୋଲି ସହକର୍ମୀ ସତ୍ୟବାନ ଦଳବେହେରା କହିଥିଲେ ।