Odisha news

ଫୁଲବାଣୀରେ ୱେବିନାର ଜରିଆରେ ଜାତୀୟ ପ୍ରେସ ଦିବସ ପାଳିତ : ଶିଘ୍ର ଦିବଙ୍ଗତ ତାରିଣି ପାଢୀଙ୍କ ପରିବାରକୁ ଅନୁକମ୍ପା ରାଶୀ ପ୍ରଦାନ ଯୋଗୁଁ ସରକାରଙ୍କୁ କୃତଜ୍ଞତା

0

ଫୁଲବାଣୀ,୧୬ା୧୧,(Santosh Mishra): ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସକୁ କନ୍ଧମାଳ ଜିଲ୍ଲାରେ ୱେବିନାର ମାଧ୍ୟମରେ ଆଜି ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ୍ଣକାଭିଡ୍ ସଂକ୍ରମଣ ସମୟରେ ଜିଲ୍ଲା ଗଣମାଧ୍ୟମର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ଏହିଭଳି ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ।

ଆଗାମୀ ଫେବୃଆରୀ ମାସ ପର୍ଯ୍ୟନ୍ତ କୋଭିଡ୍ ର ଗାଇଡ୍ଲାଇନ୍ କୁ ମାନିବା ଆବଶ୍ୟକ ଓ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ପଡ଼ିବ । ଏହିଭଳି ଦେଶବ୍ୟାପି ବିପଦ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଥିଲେ ।

ଜିଲ୍ଲା ପ୍ରଶାସନର ସହଯୋଗ ସବୁବେଳେ ରହିବ ମାତ୍ର ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍ ନିୟମକୁ ଅନ୍ୟ ମାନଙ୍କଭଳି ମାନିବା ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମାନନୀୟ ଅତିଥି ତଥା ଆଲୋଚକ ଭାବେ ଯୋଗଦେଇ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିପିନ ବିହାରୀ ବେହେରା ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧିମାନେ କିପରି ପୋଲିସ ବିଭାଗର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ ମଧ୍ୟ ସେମାନଙ୍କର ସହଯୋଗ କାମନା କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ କୋଭିଡ୍ ଭଳି ଦେଶବ୍ୟାପି ବିପଦ ସମୟରେ ଗଣ ମାଧ୍ୟମର ଭୂମିକା କ’ଣ ଥିଲା ଏବଂ ସେମାନେ କିଭଳି ପ୍ରଭାବିତ ହୋଇଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଗଣମାଧ୍ୟମର ପ୍ରତିନିଧିମାନେ ତଥା ଗଣମାଧ୍ୟମ ସଂସ୍ଥା ମାନେ ଆର୍ଥିକ ସ୍ତରରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସେହିପରି ଅନ୍ୟତମ ସମ୍ମନୀତ ଅତିଥି ତଥା ଆଲୋଚକ ଶ୍ରୀ ସଦାଶିବ ପାତ୍ର ଏହି ଦେଶବ୍ୟାପି ବିପଦ ସମୟରେ କିଭଳି ସାମ୍ବାଦିକ ବନ୍ଧୁମାନଙ୍କର ଜୀବନ ଓ ଜୀବିକା ପୂର୍ଣ୍ଣମାତ୍ରରେ ପ୍ରଭାବିତ ହୋଇଛି ସେ ବିଷୟରେ ଆଲୋଚନା କରିଥିଲେ । ତେବେ ସେ କନ୍ଧମାଳ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ । ସମ୍ମାନନୀୟ ଅତିଥି ଓ ଆଲୋଚକ ଭାବେ ଯୋଗଦେଇ ସାମ୍ବାଦିକ ଶ୍ରୀ ବଟକୃଷ୍ନ ବିହାରୀ କହିଲେ ଯେ,ଏହି ମହାମରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଆର୍ଥିକ ସ୍ତରରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେହେଁ ନିଜ ନିଜର ଜୀବନକୁ ବାଜି ଲଗାଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଅସିଛନ୍ତ । ତା’ର ପ୍ରତି ବଦଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୂପ ସହଯୋଗ କରିଛି ।

କାରଣ ସେଭଳି ହୋଇ ନ ଥିଲେ ଦିବଂଗତ ତାରିଣୀ ଚରଣ ପାଢ଼ୀଙ୍କର ଏକ୍ସୃଗା୍ରସିଆ ଖୁବ୍ କମ୍ ଦିନରେ ମଞ୍ଜୁର ହୋଇ ନଥାନ୍ତା ବେଲି ଶ୍ରୀ ବିହାରୀ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଅଜିତ କୁମାର ମହାରଣା ସମ୍ମାନନୀୟ ଅତିଥି ତଥା ଆଲୋଚକ ଭାବେ ଯୋଗଦେଇ ଏହି ଦେଶ ବ୍ୟାପି ସଂକ୍ରମଣ ସମୟରେ ଗଣମାଧ୍ୟମର ଭୂମିକା ଏବଂ ସେମାନେ କିଭଳି ପ୍ରଭାବିତ ହୋଇଛନ୍ତି ସେ ବିଷୟରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗୁଗୁଲ୍ ମିଟ୍ରେ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave A Reply