Odisha news

୩୦ଟି ଗାଁ ଲୋକଙ୍କ ପାଇଁ , ଯୁବକ ସଂଘର ସଦସ୍ୟମାନେ ନଦୀ ଉପରେ ନିର୍ମାଣ କଲେ କାଠପୋଲ

0

ଫୁଲବାଣୀ,୧୧ା୧୧, ଫୁଲବାଣୀ ବ୍ଳକ ଅଂଚଳରେ ଥିବା ଆଲାମୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନୁଆଁରି ପଦରଠାରେ ରହିଥିବା ବଡ ସାଲୁଙ୍କୀ ନଦୀ ଉପରେ ସେହି ଅଂଚଳର ରାଣୀଖଣ୍ଡିଠାରେ ସାଇନିପଦର ଗାଁ ର ସଟ୍ଟାକର ଯୁବକ ସଂଘର ଯୁବ ସଦସ୍ୟମାନେ ଏକ କାଠ ପୋଲ ନିର୍ମାଣ କରିଛନ୍ତି ।

ସେହି ଅଂଚଳରେ ଥିବା ଆଲାମୀ,ଦୁଡୁକି ଭଳି ପଂଚାୟତର ପ୍ରାୟ ୩୦ ଖଣ୍ଡ ଛୋଟଛୋଟ ଗାଁର ଲୋକମାନଙ୍କର ଯାତାୟାତ ସୁବିଧା ପାଇଁ ଅଂଚଳର ୧୫ଟି ଗ୍ରାମର ଲୋକଙ୍କର ମିଳିତ ଶାରୀରିକ ଏବଂ ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିବା ଏହି ପୋଲିକୁ ସଟ୍ଟାକର ଯୁବ ସଂଘର ସଦସ୍ୟ ମାନେ ନିର୍ମାଣ କରିଥିଲେ ।

ଏଥିରେ ଦୁଡୁକି ପଂଚାୟତର ସରପଂଚଙ୍କ ସମେତ ଯୁବକ ସଂଘର ସଭାପତି ଅନନ୍ତଚରଣ କହଁରଙ୍କ ନେତୃତ୍ୱରେ ସମ୍ପାଦକ ଅର୍ଜୁନ କହଁର,ସଦସ୍ୟ ଅଲେଖ କହଁରଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ଦ୍ୱାରା ଏହି ପୋଲିଟି ନିର୍ମାଣ କରାଯାଇଛି । ଯୁବକ ସଂଘର ଏଭଳି ସମାଜସେବା କାର୍ଯ୍ୟକୁ ଅଂଚଳର ଲୋକେ ପ୍ରଶଂସା କରିଛନ୍ତି ।

 

Leave A Reply