Odisha news

କୋଭିଡରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରୀଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦ ଦେଲେ ଜିଲ୍ଲାପାଳ

0

ଫୁଲବାଣୀ,୧୧ା୧୧(santosh Mishra) : , ଆଜି କନ୍ଧମାଲ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବଂ ଅଧିକାରୀ ମାନେ କୋଭିଡରେ ଆକ୍ରାନ୍ତ ହୋଇ କଟକ ଏସ.ସି.ବି ହସପିଟାଲରେ ଯାଇ ପ୍ଲାଜମା ଦାନ କରିଥିବାରୁ ୫ ଜଣ କର୍ମଚାରୀଙ୍କୁ ଟ୍ୱିଟ୍ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି । ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ରୁପେଶ କୁମାର ସାହ,ରବିଚନ୍ଦ୍ର ନାୟକ,ପଂଚାନନ ସାହୁ,ବଟକୃଷ୍ଣ ସ୍ୱାଇଁ ଏବଂ ଦିବାକର ସାହୁଙ୍କ ସମେତ ୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ କୋଭିଡ ଆକ୍ରନ୍ତ ମାନଙ୍କୁ ସହାୟତା କରିବାକୁ କଟକ ଯାଇ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ ସେମାନଙ୍କୁ ଏହି ସାଧୁବାଦ ଜଣାଇଛନ୍ତି ।

Leave A Reply