ଫୁଲବାଣୀ (Santosh Mishra ) :, ଆଜି ମଧ୍ୟ କନ୍ଧମାଳ ଜିଲ୍ଲାରେ ୮ ଜଣ ନୁଆଁ କରୋନା ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି ଏହି ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୭୮୬ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୬ ୫୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୧ ରେ ରହିଛି । ଆଉ ୯୬ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚକାପାଦ ଅଂଚଳରେ ୨ଜଣ,କ.ନୁଆଗାଁ ଅଂଚଳରେ ୨ ଜଣ, ଦାରିଙ୍ଗବାଡ.ଖଜୁରିପଡା ଏବଂ ତୁମୁଡିବନ୍ଧ ଅଂଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି । ତେବେ କରୋନା ସଂକ୍ରମଣରୁ ଦୁରରେ ରହିବାକୁ ଅତି ଆବଶ୍ୟକ କାମରେ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ଜରୁରୀ କାମରେ ବାହାରକୁ ଗଲା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।