ଫୁଲବାଣୀ (santosh Mishra) : କନ୍ଧମାଲ ଜିଲ୍ଲା ଆଇନ ସେବା ପ୍ରଧିକରଣ ପକ୍ଷରୁ ଏକ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ ଆଇନ ଏବଂ ଏହାର ଉପୋଯୋଗ ସମ୍ପର୍କୀତ ଆଲୋଚନା ଚକ୍ର ଭିଡିଓ ଜରିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଆଇନ ସେବା ପା୍ରଧିକରଣର ସମ୍ପାଦିକା ପତଞ୍ଜଳି ସାହୁ ଅଧ୍ୟକ୍ଷତା କରିଥିବାବେଳେ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ସାଧନ କର୍ମୀ ଭାବରେ ଯୋଗ ଦେଇଥିଲେ ।
ଏଥିରେ କଠିନ ବର୍ଜ୍ୟ ବସ୍ତୁ ଏବଂ ତରଳ ବର୍ଜ୍ୟ ବସ୍ତୁ ବାବଦରେ ଆଲୋଚନା କରି ସେ କହିଥିଲେ ଯେ ଲୁହା କଣ୍ଟାଠାରୁ ଆରମ୍ଭ କରି ପଲିଥିନ ପର୍ଯ୍ୟନ୍ତ କଠିନ ବର୍ଜ୍ୟ ବସ୍ତୁ ଗୁଡିକ ବିଘଟନ ହେବାରେ ଅଧିକ ସମୟ ନେଉଥିବାବେଳେ ସେଥି ମଧ୍ୟରୁ କିଛି ବିଘଟିତ ହେଉନାହିଁ । ଅନ୍ୟ ପକ୍ଷରେ ପନିପରିବା ଚୋପା ଠାରୁ ଆରମ୍ଭ କରି ବଳକା ଖାଦ୍ୟ ଦ୍ରବ୍ୟ ଭଳି ଅନ୍ୟାନ୍ୟ ତରଳ ବର୍ଜ୍ୟ ବସ୍ତୁ ଗୁଡିକ ବିଘଟିତ ହୋଇ ଜୈବିକ ସାର ରୁପରେ ରୁପାନ୍ତରିତ ହୋଇଥାଏ ।
ତେଣୁ ଏହାର ସଠିକ ପରିଚାଳନା କଲେ ସେଗୁଡିକ ପରିବେଷକୁ ଦୁଷିତ କରିବା ପରିବା ପରିବର୍ତେ ଜୈବିକ ସାରରେ ରୁପାନ୍ତରିତ ହୋଇ ସମାଜର ଉପକାରରେ ଆସିବ ବୋଲି କହିଥିଲେ । ଫୁଲବାଣୀ ପୌରାଂଚଳରେ ପ୍ରତି ଦିନ ୫.୭ ଟନ ତରଳ ବର୍ଜ୍ୟ ବସ୍ତୁ ବାହାରୁ ଥିବାବେଳେ ୩.୮ ଟନ୍ କଠିନ ବର୍ଜ୍ୟ ବସ୍ତୁ ବାହାରୁଛି । ସେହି ଗୁଡିକର ସଠିକ ଉପୋଯୋଗ କରିବାକୁ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କହିଥିଲେ । ଏହି ଅନଲାଇନ ଆଲୋଚନା ଚକ୍ରରେ ଫୁଲବାଣୀର ଛାତ୍ରଛାତ୍ରୀ ଏବଂ ଅଅଇନ ସେବା ପ୍ରାଧିକରଣର ସ୍ୱେଛାସେବୀ ମାନେ ଯୋଗ ଦେଇଥିଲେ ।