ଫୁଲବାଣୀ(Santosh Mishra) : ଆଜି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଂଚଳରେ ଥିବା ମଦାଙ୍ଗି ବିଦ୍ୟାଳୟ ନିକଟରେ କିଛି ଲୋକ ଗୋ ମାଂସ ରୋଷେଇ କରୁଥିବାବେଳେ ଖବର ପାଇଁ ସେଠାରେ ବଜରଙ୍ଗ ଦଳ ସମେତ କୋଟଗଡ ଥାନା ପୁଲିସ ପହଂଚି ସେଠାରୁ ରୋଷେଇ କରାଯାଇଥିବା ଗୋ ମାଂସ ସମେତ ରଖାଯାଇଥିବା ଗୋ ମାଂସ ଏବଂ ସେଠାରେ ଥିବା ଏକ ବରଗଛ ଡାଳରେ ଶୁଖାଯାଇଥିବା ଗୋ ମାଂସକୁ ମଧ୍ୟ ଜବତ କରିବା ସହିତ ସେଗୁଡିକୁ ପୋତାଯାଇଥିଲା ।
ଏହି ସଂକ୍ରନ୍ତରେ ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇ ସେମାନଙ୍କୁ ପଚରା ଉଚୁରା କରୁଛି ପୁଲିସ । ସୁଚନା ଅନୁସାରେ ବୁଲିବୁଲି କଂସା ବାସନ ଝଳେଇ କରିବା କାମ କରୁଥିବା ୬ଟି ପରିବାର ତମ୍ବୁ ପକାଇ ସେଠାରେ ରହିବାସହିତ ଏହି କାମ କରୁଛନ୍ତି । ସେମାନେ ସେହି ଅଂଚଳରେ ଥିବା କିଛି ଲୋକଙ୍କଠାରୁ ଏହି ଗୋ ମାଂସ କିଣି ରୋଷେଇ କରୁଥିବା କହିଛନ୍ତି । ତେବେ ସେମାନେ ପ୍ରଚୁର ମାତ୍ରାରେ ଏହି ମାଂସ ଆଣିଥିବାରୁ ସେଥିରୁ କିଛି ରୋଷେଇ କରିବାସ ହିତ ବଳକା ମାଂସକୁ ଗଛରେ ଶୁଖାଇଥିଲେ । ବଜରଙ୍ଗ ଦଳ ପକ୍ଷରୁ ସେଗୁଡିକ ଜବତ କରି ପୋତାଯାଇଥିବା ଜଣାପଡିଛି । ଏହି ଲୋକମାନଙ୍କର ଘର ଅନୁଗୋଳରେ ବୋଲି ସେମାନେ ପୁଲିସକୁ କହିଛନ୍ତି ।