Odisha news

ପୁଣ୍ୟ ଉକ୍ରଳ କନ୍ଧମାଳ ପକ୍ଷରୁ କୋଟଗଡରେ ମାସ୍କ ବଣ୍ଟନ କରୋନା ସଚେତନତା କାର୍ଯ୍ୟକ୍ରମ

0

ଫୁଲବାଣୀ,୩୦ା୧୦(santosh Mishra) :  ଆଜି କନ୍ଧମାଳ ଜିଲ୍ଲା ଜୋଟଗଡ ବ୍ଳକ ଅଂଚଳରେ ସ୍ୱେଛାସେବୀ ଅନୁଷ୍ଠାନ ପୁଣ୍ୟ ଉକ୍ରଳ ପକ୍ଷରୁ ସେହି ଅଂଚଳର କୋକଙ୍କୁ କରୋନାରୁ ସୁରକ୍ଷା ଦେବା ଉଦେଶ୍ୟରେ ମାସ୍କ ବଣ୍ଟନ କରାଯିବା ସହିତ ସେମାନଙ୍କ ମଧ୍ୟରେ କୋଭିଡ ସଚେତନତା କରାଯାଇଛି । ଆଜି କୋଟଗଡ ବଜାରରେ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ନାଗରିକ,ମହିଳା,ଛୋଟଛୋଟ ପିଲାମାନଙ୍କ ସମେତ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଛି ।

ଏହାସହିତ କୋଟଗଡ ଅଂଚଳରେ ଥିବା ଖାରିନାଳଠାରେ ଗରିବ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ବସ୍ତ୍ର ବିତରଣ ମଧ୍ୟ କରାଯାଇଛି । ଏହା ସହିତ ସେମାନଙ୍କୁ କରୋନାରୁ ବଂଚିବାକୁ ସାମାଜିକ ଦୁରତା ସାଙ୍ଗକୁ ନିୟମିତ ଭାବରେ ହାତ ଧୋଇବା ସହିତ କୌଣସି ଜ୍ୱରକିମ୍ବା କାଶ ହେଲେ ଡାକ୍ତରଙ୍କୁ ପରାମର୍ଶ କରି େଓøଷଧ ସେବନ କରିବା ଭଳି ସଚେତନତା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭରତ ବେହେରା,ସମ୍ପାଦକ ଜଗଦୀଶ ସେନାପତି,କୋଟଗଡ ସଭାପତି ରମେଶ ପ୍ରଧାନଙ୍କ ସମେତ ଅଂଚଳର ବୁଦ୍ଧିଜୀବି ମାନେ ଯୋଗ ଦେଇ ଏହି କାର୍ଯ୍ୟରେ ସହାୟତା କରିଥିଲେ । ଆଗକୁ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାରେ ଏହିଭଳି ଜନ ହୀତକର କାର୍ଯ୍ୟକ୍ରମ ମାନ ଜାରୀ ରହିବ ବୋଲି କୁହାଯାାଇଛି ।

Leave A Reply