Odisha news

ଆଜି କନ୍ଧମାଲରେ ୪୮ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ଚିହ୍ନଟ ୫,୪୮୯

0

ଫୁଲବାଣୀ,୨୨/୧୦(Santosh Mishra) :  ଆଜି କନ୍ଧମାଳ ଜିଲ୍ଲାରେ ମୋଟ ୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୪୮୯ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୧୮୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୮ ରେ ରହିଛି । ଆଉ ୨୭୪ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୩ ଜଣ ଏବଂ ଗ୍ରାମାଂଚଳରେ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳରେ ଜଣେ ଏବଂ ଗ୍ରାମାଂଚଳରେ ୬ ଜଣ, ଚକାପାଦର ୮ ଜଣ,ଦାରିଙ୍ଗବାଡିର ୨ଜଣ,ଘୁ.ଉଦୟଗିରି ଅଂଚଳରେ ୧୦ଜଣ ,କ.ନୁଆଗାଁର ୮ଜଣ, ରାଇକିଆର ୬ ଜଣ,ଫିରିଙ୍ଗିଆର ୨ ଜଣ, ଟିକାବାଲିର ଜଣେ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

 

Leave A Reply