ଫୁଲବାଣୀ,୨୨ା୧୦(Santosh Mishra ) : କÿନ୍ଧମାଳ ଜିଲା ଟିକାବାଲି ଥାନା ଅଂଚଳର ଡୁଙ୍ଗି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଛି । ମୃତକ ଜଣଙ୍କ ଘୁ.ଉଦୟଗିରି ଅଂଚଳର ମୁନା ପ୍ରଧାନବୋଲି ଜଣାପଡିଛି । ସୁଚନା ଅନୁସାରେ ଆଜି ସଂନ୍ଧ୍ୟାରେ ମୁନା ପ୍ରଧାନ ଘୁ,ଉଦୟଗିରିରୁ ଟିକାବାଲିକୁ ଏକ (ଓଡ଼ି ୧୨ ସି-୧୯୦୦) ସ୍କୁଟରରେ ଆସୁଥିବା ବେଳେ ୧୫୭ ଜାତୀୟ ରାଜପଥର ତଲାରିମାହା ପଂଚାୟତର (ଡ଼ୁଙ୍ଗି) ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରାକ୍ଟର ଖରାପ ହୋଇ ଠିଆ ହୋଇଥିବା ବେଳେ ।
ସ୍କୁଟର ଚାଳକ ଜଣକ ଅନ୍ଧାରରେ ତାକୁ ଦେଖି ନ ପାରି ଟ୍ରାକ୍ଟର ପଛପଟରେ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଛି । ଖବର ପାଇ ଟିକାବାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ମାମଲା ରୁଜ୍ଜୁ କରି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ରେବତୀ ଶବର ସୁଚନା ଦେଇଛନ୍ତି ।