Odisha news

ବିନା ଆଡମ୍ବରରେ ପାଳିତ ହେବ ବଲସକୁମ୍ପାଠରେ ମହାନବମୀ ପୂଜା : ଫୁଲବାଣୀ ଉପଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତି

0

ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକ ଅର୍ନ୍ତଗତ ବଲସକୁମ୍ପାଠାରେ ଥିବା ମା ବରାଳଦେବୀଙ୍କ ଶକ୍ତି ପୀଠ ଜିଲ୍ଲାରେ ପ୍ରସିଦ୍ଧ ଅଟେ । ସେଠାରେ ପ୍ରତିବର୍ଷ ଦସହରା ପୁର୍ବ ଦିନ ମହାନବମୀ ପୁଜା ପ୍ରତି ବର୍ଷ ମହା ସମାରୋହରେ ପାଳିତ ହୁଏ । ମା ବରାଳଦେବୀ ଠାକୁରାଣୀ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ଆରାଧ୍ୟ ଦେବତା ଅଟନ୍ତି । ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣ ଏବଂ ଏଥି ନିମନ୍ତେ ହୋଇଥିବା କଟକଣା ଯୋଗୁଁ ସବୁ ବର୍ଷ ପରି ଧୁମଧାମ୍ରେ ନପାଳିବାକୁ ନିଦେ୍ର୍ଧଶ ଦେଇଛନ୍ତି ଏହି ମନ୍ଦିର କମିଟର ଅଧ୍ୟକ୍ଷ ଫୁଲବାଣୀ ଉପ-ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ।

ଗୁରୁବାର ଅପରାହ୍ନ ୪ଟା ସମୟରେ ଫୁଲବାଣୀ ଉପ-ଜିଲ୍ଲାପାଳଙ୍କ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପ-ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ଖଜୁରିପଡା ତହସିଲଦାର ସ୍ୱପ୍ନିତା ନାୟକ,ରାଜସ୍ୱ ନିରୀକ୍ଷକ ବଲସକୁମ୍ପା, ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ସଭାପତି ଚିତରଞ୍ଜନ ପ୍ରଧାନ,ସମ୍ପାଦକ ସଞ୍ଜୟ କୁମାର କହଁର,ସେବାୟତ ନଟବର ନାୟକ ଦିଲ୍ଲୀପ କୁମାର ଦଳବେହେରା, ଉଦ୍ଧବ ବିଶୋୟୀଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଚଳିତ ବର୍ଷ ମହାନବମୀ ପୁଜା ସୁଚାରୁ ରୁପେ ପରିଚାଳନା କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଅବସରରେ ଜନଗହଳି ନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବା ସହିତ ମନ୍ଦିର ଚାରିପାଶର୍ୱେର୍ ବାଡ ଦିଆଯିବା,ସାଂସ୍କୃତିକ କାର୍ଯ୍ୟକ୍ରମ ଲାଇଟ ସାଉଣ୍ଡ ଅଅଦିର ବ୍ୟବହାର ନ କରିବା ଏବଂ ସେଠାରେ ପଚାଶ ଜଣ ସଦସ୍ୟରୁ ଅଧିକ ରହିବାକୁ ବାରଣ କରାଯାଇଛି । ସେଠାରେ ଥିବା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ସମାଜିକ ଦୁରତା ବଜାୟ ରଖିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି ।

 

Leave A Reply