Odisha news

ଉତରପ୍ରଦେଶ ହାତରସ ଘଟଣା ବିରୋଧରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0

ଫୁଲବାଣୀ (Santosh Mishra) : ପ୍ରଦେଶ ଯୁବ କଂଗ୍ରେସ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଆଜି ଫୁଲବାଣୀରେ ଉତରପ୍ରଦେଶ ହାତରସରେ ହୋଇଥିବା ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ବଳାକ୍ରାର ପରେ ତାଙ୍କୁ ହତ୍ୟା କରାଯାଇଛି । ମଧ୍ୟରାତ୍ରରେ ତାଙ୍କୁ ମୃତ ଘୋଷଣା କରିବାପରେ ତାଙ୍କ ଶବକୁ ଉତରପ୍ରଦେଶ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର ନ କରି ପ୍ରଶାସନ ଶବକୁ ପୋଡିଦେଇଥିବା ଘଟଣାକୁ ବିରୋଧ କରାଯାଇଛି । ସେଥିପାଇଁ ଆଜି ସଂନ୍ଧ୍ୟାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ବିଜୁପଟ୍ଟନାୟକ ଛକଠାରେ ପହଂଚିଥିଲା ।

ଏଥିରେ ପୁର୍ବତନ ସାଂସଦ ରାଧାକାନ୍ତ ଦିଗାଲ,ପୁର୍ବତନ ବିଧାୟକ ଅଭିମନୁ୍ୟ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସର ଘନକୁମାର ଶବର,ହେମନ୍ତ କର,ସଂସାର ଭୋଈ,ଦୁର୍ଯ୍ୟଧନ ପଟ୍ଟନାୟକ,ସଞ୍ଜୟ ଭଞ୍ଜ,ବଳଦେବ ବେହେରା,ଅଶୋକ ସାସିନି,ନନ୍ଦକିଶୋର ଦାସ,ଶିବଶଙ୍କର ବେହେରା,ମନିଶ ବେହେରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ପୀଡିତାଙ୍କ ତୈଳଚିତ୍ର ଆଗରେ କ୍ୟାଣ୍ଡେଲ ଜାଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ସରକାରଙ୍କର ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟ ହିନ୍ଦୁ ଧର୍ମର ବିରୋଧ ଓ ଅସମ୍ମାନ ବୋଲି ଦଳର ପୁରୁଣା ନେତା ମାନେ କହିଛନ୍ତି । ଉତରପ୍ରଦେଶ ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧ କରାଯିବା ସହିତ ସେଠାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

Leave A Reply